ଲୁଟେରା ଗିରଫ

 ପୁରୀ  : ଜବରଦସ୍ତ ଦୋକାନ ଭିତରେ ପଶି ଭଙ୍ଗାରୁଜା କରିବା ସହିତ ୪ଟି ମୋବାଇଲ ଫୋନ୍ ଓ ୨୦ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଷ୍ଟେସନ ରୋଡ଼୍ ନିକଟସ୍ଥ ଧୋବା ସାହିର କାହ୍ନା ବେହେରା (୨୦)କୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଠାରୁ ୪ଟି ମୋବାଇଲ ଫୋନ୍ ଓ ୨୨୦୦ଟଙ୍କା ଜବତ କରାଯାଇଛି । ଏ ସଂକ୍ରାନ୍ତରେ ବିଏନ୍ଏସ୍ର ୩୦୫(ଏ), ୩୩୧(୪) ଧାରାରେ ୧୪୦/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ଶ୍ରୀବିହାର ରୋଡ଼ର ତାପସ କୁମାର ମିଶ୍ର (୩୪)ଙ୍କ ଦୋକାନରେ ପଶି କାହ୍ନା ମୋବାଇଲ ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା ।