ମାନସିକ ନିର୍ଯାତନା ପାଇଁ ଟ୍ରେନ ସାମ୍ନାକୁ ନର୍ସ ଡେଇଁବା ଘଟଣା: ଗୁରୁତର ନର୍ସଙ୍କୁ ଏସ୍ସିବି ସ୍ଥାନାନ୍ତର

 ଭଦ୍ରକ : ଡାକ୍ତର ଓ ଷ୍ଟାଫ୍ଙ୍କ  ନିର୍ଯାତନା ଅଭିଯୋଗରେ ଷ୍ଟାଫ୍ ନର୍ସ ଆତ୍ମହତ୍ୟା ଉଦ୍ୟମ ଘଟଣା  । ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରି ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିବା ଗୁରୁତର ନର୍ସଙ୍କୁ ଭେଟିଲେ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଏବଂ ଅତିରିକ୍ତ ଜିଲ୍ଲାପାଳ  । ଭଦ୍ରକ ଜିଲ୍ଲାପାଳଙ୍କ ନିଦେ୍ର୍ଧଶରେ ଶନିବାର ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ ଗୁରୁତର ଆହତ ହୋଇଥିବା ନର୍ସଙ୍କୁ ଭେଟିଛନ୍ତି  । ନର୍ସଙ୍କ ଅବସ୍ଥା ସଂଙ୍କଟାପୂଣ୍ଣ ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି  । ଏନେଇ ସିଡିଏମଓ ସୁଧାଂଶୁ ଶେଖର ବଳ କହିଛନ୍ତି ଏହି ଘଟଣାକୁ ନେଇ କୌଣସି ଅଧିକାରୀଙ୍କୁ ଅବଗତ କରିନଥିଲେ  । ଗତକାଲି ଡୁ୍ୟଟିକୁ ଆସି ପୁଣି ପଳାଇଥିଲେ  । ଘଟଣା କୁ ନେଇ କୌଣସି ପ୍ରକାର ଅଭିଯୋଗ ଏପର୍ଯ୍ୟନ୍ତ ମିଳି ନାହିଁ  । ଘଟଣାର ସମ୍ବେଦନଶୀଳତାକୁ ନଜରରେ ରଖି ତଦନ୍ତ  ହେବ ବୋଲି ସିଡ଼ିଏମଓ କହିଛନ୍ତି  । ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଏହି ଘଟଣାର ଉଚ୍ଚÿ ସ୍ତରୀୟ ତଦନ୍ତ ହେବ ଏବଂ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧ ରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି  ।