ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

 ତିହିଡି: ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ଦହପାଣିଆ ଗ୍ରାମରେ ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗ ହୋଇଛି । ଏନେଇ ପୋଲିସ ମୃତାଙ୍କ ସ୍ୱାମୀ ସମେତ ଅନ୍ୟମାନଙ୍କ ବିରୋଧରେ ଦଫା ୮୫, ୮୦, ୧୦୩, ୩(୫) ବିଏନଏସ ଏବଂ ୪ ଡିପି ଏକ୍ଟରେ ଏକ ମାମଲା  ୫୮/୨୫ ରୁଜୁ କରି ପ୍ରାଥମିକ ତଦନ୍ତ କରି ସ୍ୱାମୀଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି । ଏଥିସହ ଶବ ବ୍ୟବଚ୍ଛେଦ କରି ଶ୍ୱଶୁର ଘର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ସୂଚନା ମୁତାବକ, ତିହିଡ଼ି ଥାନା ବାରୋ ପଞ୍ଚାୟତ ଅଧୀନ ଦହପାଣିଆ ଗ୍ରାମର ସିଦ୍ଧାର୍ଥ ମଳିକ ଚାନ୍ଦବାଲି ଥାନା ମାଧପୁର ପଞ୍ଚାୟତ ଅଧୀନ ବଡ଼ସିଂହପୁର ଗ୍ରାମର ଖଗେଶ୍ୱର ଦାସଙ୍କ ଝିଅ ସୁମିତ୍ରାଙ୍କ ସହିତ ଗତ ତା୩୦.୦୫.୨୦୨୩ ରିଖରେ ବୈଦିକ ଋତିରେ ବିବାହ ହୋଇଥିଲା ।  ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ମାତ୍ର ପରେ ଅଧିକ ଯୌତୁକ ଦାବିକରି ଶଶୁରଘର ଲୋକେ ଯୌତୁକ ନିର୍ଯାତନା ଦେଉଥିଲେ । ଶୁକ୍ରବାର ସକାଳେ ସୁମିତ୍ରାଙ୍କ ଭାଇ ସଦାନନ୍ଦ ଫୋନ୍ ଯୋଗେ ଭଉଣୀର ମୃତୁ୍ୟ ଖବର ପାଇବା ପରେ ସେ ତିହିଡ଼ି ଡାକ୍ତରଖାନାରେ ପହଞ୍ଚôଥିଲେ । ତାଙ୍କ ଭଉଣୀ ସୁମିତ୍ରାକୁ ଶ୍ୱଶୁରଘର ଲୋକେ ମାରି ଝୁଲାଇ ଦେଇଥିବା ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ ।