ମୁସଲିମ ଜମାତରେ ସମ୍ବର୍ଦ୍ଧନା ସଭା

ଭଦ୍ରକ : ଭଦ୍ରକ ମୁସଲିମ ଜମାତ ଆନୁକୂଲ୍ୟରୁ ପୁରୁଣାବଜାର ସ୍ଥିତ ମଦିନା ମଇଦାନଠାରେ ଏକ ସମ୍ବର୍ଦ୍ଧନା ସଭା ଜମାତର ଉପ-ସଭାପତି ମହମ୍ମଦ ଜକାଉଲ୍ଲାଙ୍କ ସଭାପତିତ୍ୱରେ ସାଧାରଣ ସମ୍ପାଦକ ହାଜି ଇନାମ ମହମ୍ମଦଙ୍କ ସହଯୋଗରେ ଏବଂ ବିଶିଷ୍ଟ କବି ତଥା ମାଷ୍ଟର ମୁସ୍ତାକ ଗୌହରଙ୍କ ସଂଚାଳନାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୂଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲିପ ରାଉତରାୟ ଓ ଜିଲ୍ଲା ଏସ.ପି ମନୋଜ କୁମାର ରାଉତ ଯୋଗଦାନ ଦେଇ ମୁସଲିମ ଜାମତର ସଂପାଦକ ହାଜୀ ଅବଦୁଲ ମୁକିତ ଖାନ, ଜମିଲ ଅଖତର ଖାନ, ଇଂ. ରେଜାଏ ରସୁଲ, ଇଂ. ହବିବୁଲ୍ଲା ଖାନ, ଅସରଫ ଅଲ୍ଲି ଖାନ, ମିର୍ଜା ଏକ୍ରାମ ବେଗ, ଶେଖ ଅବୁକଲାମଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ତ୍ୟାଗ ଭୂମି ମହୋତ୍ସବର ସଭାପତି ଅଜୟ ନାୟକ, ପ୍ରଧ୍ୟାପକ ନାସିର ବକ୍ସ, ସମାଜସେବୀ ସୁଧାକର ରାଉତ, ଅବସର ପ୍ରାପ୍ତ ବିଚାରପତି ନୌସାଦ ଅଲି ଖାନ, ବାଳାଶ୍ରମ ସଂପାଦକ ଅଶୋକ ଦାସଙ୍କ ପ୍ରମୁଖ ଯୋଗଦାନ କରିଥିଲେ । ଏହି ସଭାରେ ଓଡିଶା ପ୍ରଶାସନିକ ସେବା (ଓ.ଏସ.ଏସ.-୨୦୨୩) ପରିକ୍ଷାରେ ଓଡିଶା ଟପ୍‌ ଟେନ୍‌ ମଧ୍ୟରୁ ଚତୁର୍ଥ ସ୍ଥାନରେ ସଫଳତା ଅର୍ଜନ କରିଥିବା ମିର୍ଜା ଫୈଜ ଅହମଦ କାଦ୍ରୀଙ୍କୁ ମୁଖ୍ୟ ଅତିଥି ଦ୍ୱାରା ଫୁଲତୋଡା, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ତାଙ୍କ ପିତା / ମାତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା  । ସଭାରେ ମୁସଲିମ ଜମାତର ବରିଷ୍ଠ କର୍ମକର୍ତ୍ତା ଏସ.ଏମ.ଫାରୁକ, ହାଜୀ କାଶିମ ଖାଁ, ହାଜି ହିଫଜୁର ରହେମାନ, ହାଜି କୟୁମ ଅଲି, ହାଜି ସଇଦ ସାହା, ସମ୍ବାଦ ଦାତା ଓ ମିଡିଆ ସେଲର ସଂଯୋଜକ ଶେଖ ଅନୱର (ବାବୁ) ଓ ସମସ୍ତ ବସ୍ତିର ସରଦାର ଏବଂ ସ୍କୁଲ / କଲେଜର  ଛାତ୍ରଛାତ୍ରୀ ଓ ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ରହିଥିଲେ ।