ମାମୁଁକୁ ହତ୍ୟାକରି ଭଣଜା ସହ ଅନ୍ୟ ଜଣେ ସହଯୋଗୀ ଗିରଫ

ମାମୁଁକୁ ହତ୍ୟାକରି ଭଣଜା ସହ ଅନ୍ୟ ଜଣେ ସହଯୋଗୀ ଗିରଫ


ଧର୍ମଶାଳା– ମାମୁଁକୁ ମାରିବା ଘଟଣାରେ ଭଣଜା ଓ ତାର ସହଯୋଗୀ ଗିରଫ । ଦୁହିଁ ଆଜି ଡାକ୍ତରୀ ମଇନା  ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଗିରଫ ଦ୍ୱୟ ହେଲେ ଭଣଜା ପନ୍ତୁରୀ ଗ୍ରାମର ଜଗନ ଧଳ ଓ ଜଗନର ସହଯୋଗୀ ସମ୍ପର୍କୀ ବନ୍ଧୁ ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ବିଶ୍ୱନାଥ ମୁଦୁଲି ବୋଲି ଜଣାପଡିଛି । ପୂର୍ବରୁ ବିଶ୍ୱଜିତଙ୍କ ନାମରେ ମମଲା ରହିଥିବା ବେଳେ ଦେଢ ବର୍ଷ କାଳ ବିଚାର ବିଭାଗୀୟ ଅଧିନରେ ରହି ଜାମିନରେ ଆସିଥିଲେ । ତେବେ ଏହି ଘଟଣାରେ ଜେନାପୁର ଥାନା ଅନ୍ତର୍ଗତ ସମ୍ପାରୁ ପଂଚାୟତ ତୋଟାକଣ ଗ୍ରାମର ଦୁଷ୍ମନ୍ତ ନାୟକଙ୍କୁ ମାରିବାର ଉପାୟ ସମ୍ପର୍କରେ ସୂତ୍ର ବାହାର କରି ଜଗନକୁ ପ୍ଲାନ ଦେଇଥିଲା ବୋଲି ପୋଲିସ କହିଛି ।
ସୂଚନା ଥାଉକି,ଯାଜପୁର ଜିଲା ଜେନାପୁର ଥାନା ସମ୍ପାରୁ ପଂଚାୟତ ତୋଟାକଣ ଗ୍ରାମର ଦୁଷ୍ମନ୍ତ ନାୟକଙ୍କୁ ତାଙ୍କ ଭଣଜା ପନ୍ତୁରୀ ଗ୍ରାମର ଜଗନ ହତ୍ୟା କରିଥିବା ନେଇ ଥାନରେ ଅଭିଯୋଗ ହୋଇଥିଲା । ଟଙ୍କା ଦେବା ପାଇଁ ଜଗନ ମାମୁଁ ଦୁଷ୍ମନ୍ତଙ୍କ ଘରକୁ ଯାଇଥିଲା । ଘରକୁ ଫେରିବା ବିଳମ୍ବ ହେବାରୁ ଘର ଲୋକେ ଖୋଜାଖୋଜି କରି ଜଗନଙ୍କ ସହ ଯୋଗାଯୋଗ କରିଥିଲେ । ମୁଁ ମାମୁଁଙ୍କୁ ବରଡା ଛକରେ ଛାଡି ଦେଇ ଆସିଥିବା ନେଇ ଜଗନ କହି ଥିଲା । ତେବେ ରାତି ହେବା  ସହ ଘରକୁ  ନ ଫେରିବାରୁ ଦୁଷ୍ମନ୍ତଙ୍କ ପରିବାର ଏନେଇ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭକ୍ଟଚ୍ଛକ୍ଟ କରି ପୋଲିସ ଜଗନକୁ ଥାନକୁ ଆଣି ପଚରାଉଚୁରା କରିବା ପରେ ମାମୁଁକୁ ଗଡମଧୁପୁର ପଂଚାୟତସ୍ଥ ନିକଟସ୍ଥ ଜଙ୍ଗଲରୁ ଦୁଷ୍ମନ୍ତଙ୍କ ମୃତ ଦେହ ଠାବ କରାଯାଇଥିଲା । ଘଟଣାସ୍ତଳରେ ଯାଜପୁର ରୋଡ ଏସଡିପିଓ ସଂଜୟ କୁମାର ପଟ୍ଟନାୟକ,ଜେନାପୁର ଥାନା ଅଧିକାରୀ ଓ ସାଇଁଟିଫିକ୍ ଟିମ୍ ଘଟଣାସ୍ଥଳରେ ପଂହଚି ମୃତ ଦେହକୁ ଜବତ କରି ଶବ ବ୍ରବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ଘଟଣାର ତଦନ୍ତ ଚଳାଇବା ସହ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଥିବା ନେଇ ପୋଲିସ ଜଗନକୁ ଜେରା କରିଥିଲା । ଏବଂ ଏହି ଘଟଣାରେ ମାରିବାର ପ୍ଲାନ ଦେଇଥିବା ଚାନ୍ଦପୁର ଗ୍ରାମର ବିଶ୍ୱନାଥ ମୁଦୁଲିଙ୍କୁ ଗିରଫ କରିବାରେ ପୋଲିସ ସଫଳତା ପାଇଥିଲା । ତେବେ ଆଜି ଦୁହିଁକୁ କୋର୍ଟ ଚାଲାଣ କରାଯାଇଥିବା ଜେନାପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।