ଉନ୍ନୟନ କାର୍ଯ୍ୟ ପାଇଁ ସାଂସଦଙ୍କୁ ଦାବିପତ୍ର
ଆନନ୍ଦପୁର : ଆନନ୍ଦପୁର ଅଂଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ପୌରପରିଷଦ ମଣ୍ଡଳ ସଭାପତି ହେମନ୍ତ କୁମାର ସାହୁଙ୍କ ନେତୃତ୍ୱରେ ସାଂସଦ ଅନନ୍ତ ନାଏକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଧାମରା ଭାୟା ଆନନ୍ଦପୁର ବାଦାମପାହାଡ଼ ପର୍ଯ୍ୟନ୍ତ ରେଳପଥ ସଂଯୋଗ, ସାଳବଣୀ ଛକ ଠାରୁ ବ୍ୟାରେଜ ପର୍ଯ୍ୟନ୍ତ ବାଇପାସ ରାସ୍ତା, ମାଛଚାଷ ନିମନ୍ତେ ହଦଗଡ଼, ହାଟଡିହି, ତରତରା, ଚାରିନାଳିଆ ଏବଂ ମନୋହରପୁର ଇତ୍ୟାଦି ଅଂଚଳରେ ୪ ହଜାର ପୋଖରୀ ଖନନ, ଆନନ୍ଦପୁରରେ ଏଆରଟିଓ କାର୍ଯ୍ୟାଳୟ, ବରକୁଟି, ଚକ୍ରତୀର୍ଥ, ଗଡ଼ଚଣ୍ଡୀ ପର୍ଯ୍ୟଟନ ସ୍ଥଳୀର ବିକାଶ, ଶ୍ରୀ ଶ୍ରୀ ଦଧିବାମନ ଜୀୟୁଙ୍କ ମନ୍ଦିରର ପାରିପାର୍ଶ୍ୱିକ ଉନ୍ନତିକରଣ, ବଉଳା ମାଇନ୍ସକୁ କାର୍ଯ୍ୟକାରୀ, ମେଗା ଶୀତଳ ଭଣ୍ଡାର ନିର୍ମାଣ, ଐତିହାସିକ ସିଆଡ଼ିମଳିଆର ୪୦୦ ଏକର ଜମିରେ ଜାତୀୟ ସ୍ତରୀୟ ପାର୍କ ନିର୍ମାଣ, ପୌରପରିଷଦରୁ ଜବରଦାଖଲ ଉଛେଦ, ମେଗା ଆୟୁର୍ବେଦିକ ମେଡିକାଲ ସ୍ଥାପନ ପ୍ରଭୂତି ଦାବି ସାଂସଦଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ନଗରମଣ୍ଡଳ ସଦସ୍ୟତା ଅଭିଯାନର ସଂଯୋଜକ ଗଣେଶ୍ୱର ମହାନ୍ତି, ଦୁଃଖବନ୍ଧୁ ରଣାଙ୍କ ସମେତ ଶତାଧିକ ଯୁବ ଗୋଷ୍ଠି ଉପସ୍ଥିତ ରହିଥିଲେ ।