ନିଶା ନିବାରଣ ଶୋଭାଯାତ୍ରା
ଦାନଗଦୀ: ପଞ୍ଚାୟତରେ ବେଆଇନ ମଦ କାରବାର ପ୍ରତିବାଦରେ ନିଶା ନିବାରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ସଂଖ୍ୟାଧିକ ମହିଳା-ପୁରୁଷ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରାରେ ଆସି ପ୍ରତିବାଦୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଯାଜପୁର ଯୁବ ଶ୍ରମିକ ସଂଗଠନର ମିଳିତ ସହଯୋଗରେ ନିଶା ନିବାରଣ କାର୍ଯ୍ୟକ୍ରମରେ ସାମିଲ ମହିଳା ଧୂଳିଗଡ଼ ଗାଁ ଓ ପଂଚାୟତରେ ବେଆଇନ ଦେଶୀ ମହୁଲି ବହୁଳ ପରିମାଣରେ ବିକ୍ରି ଚାଲିଥିବା ଅଭିଯୋଗ ଉଠାଇଥିଲେ । କହିଥିଲେ କି ଏନେଇ ବାରମ୍ବାର ଅବକାରୀ ବିଭାଗ ଓ ପୁଲିସ ପ୍ରଶାସନଙ୍କ ଦୃଷ୍ଟିରେ ଆଣୁଥିଲେ ମଧ୍ୟ ମଦ ବେପାର ବନ୍ଦ ହେଉନାହିଁ । ଶୋଭାଯାତ୍ରା ଧୂଳିଗଡ଼ ପଞ୍ଚାୟତ ଅଫିସରୁ ଆରମ୍ଭ କରି ଗୋପାଳପୁର, ଧୂଳିଗଡ଼, ଡାହିସାହି ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ଯାଜପୁର ଯୁବ ଶ୍ରମିକ ସଂଗଠନର ସଭାପତି ସମୀର ଧୀର, ସମ୍ପାଦକ ଚନ୍ଦ୍ରକାନ୍ତ ନାୟକ ଓ ଶତାଧିକ ମହିଳା ସାମିଲ ହୋଇଥିଲେ ।