ମାର୍କେଟିଂ ଡିସିପ୍ଲିନ୍ ମାର୍ଗଦର୍ଶିକା ମାନୁ ନାହାନ୍ତି ରନ୍ଧନ ଗ୍ୟାସ ବିତରକ
ଯାଜପୁର/ବୈରୀ,: ରନ୍ଧନ ଗ୍ୟାସ ବିତରକ ଉପଭୋକ୍ତାଙ୍କୁ ବାରମ୍ବାର ଶୋଷଣ କରୁଥିବାର ଅଭିଯୋଗ ହୋଇଛି । ମନ୍ତ୍ରାଳୟରେ ଯେତେ ଅଭିଯୋଗ କଲେ ମଧ୍ୟ କିଛି ଫଳ ହେଉନାହିଁ । ବଡଚଣା ବ୍ଲକ୍ ବନ୍ତଳା ପଞ୍ଚାୟତ ଉପୁଳାଗ୍ରାମର ଜୟସୁରୀୟା ମହାନ୍ତି ଗତ ୧୯ ତାରିଖଠାରୁ ୬୯୪୯୬ ନମ୍ବରରେ ଗ୍ୟାସ୍ରିଫିଲ୍ ପାଇଁ ବୁକିଂ କରିଥିଲେ । ଦୀର୍ଘ ୮ଦିନ ପରେ ମଧ୍ୟ ତାଙ୍କୁ ଗ୍ୟାସ୍ ଯୋଗାଇ ଦିଆଯାଇ ନାହିଁ । ସେହିପରି ଏହି ଗ୍ରାମର ଅକ୍ଷୟ ପଢିଆରୀ ନଭେମ୍ବର ୨ ତାରିଖରେ ଅର୍ଡର ଆଇଡି ନଂ ୨୪୩୯୦୨୪୭୭୦୩ ରେ ବୁକିଂ କରି ଅନ୍ଲାଇନ୍ରେ ୮୨୯.୫୦ ଟଙ୍କା ପଠାଇଥିଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ମଧ୍ୟ ରିଫିଲ୍ ଦିଆଯାଇ ନାହିଁ । ରନ୍ଧନ ଗ୍ୟାସ ଯୋଗାଣ ଏକ ଅତ୍ୟାବଶ୍ୟକ ସେବା ୪୮ଘଣ୍ଟା ମଧ୍ୟରେ ଏହି ସେବା ଯୋଗାଇ ଦେବାର ଏମ୍ଡିଜି ମାର୍ଗଦର୍ଶିକାରେ ପ୍ରାବଧାନ ଥିବା ବେଳେ, ଏହା ଆଦୌ ପାଳନ ହେଉନାହିଁ । ସେହିପରି କାଇମାଟିଆ ପଞ୍ଚାୟତର ସବିତା ସାହୁ ଅଗଷ୍ଟ ୨୬ତାରିଖରେ ରିଫିଲ୍ ବୁକିଂ କରି ତୁରନ୍ତ ଅନ୍ଲାଇନ୍ରେ ଟ୮୨୯.୫୦ ପେମେଣ୍ଟ କରିଥିଲେ । ତାଙ୍କୁ ଗ୍ୟାସ ନମିଳିବାରୁସେ ଅକ୍ଟୋବର ୨ ତାରିଖରେ କହ୍ନେଇପୁର ଯାଇ ଆଣିଥିଲେ । ଡିଜିସିସିର କୌସଣିବି ଏଣ୍ଟ୍ରି କରାଯାଉ ନାହିଁ । ସେହିପରି ଉପଭୋକ୍ତାଙ୍କ ଠାରୁ ଅଧିକ ୪୦ଟଙ୍କା ପର୍ଯ୍ୟନ୍ତ ନିଆଯାଉଥିବା ଏହି ଉପଭୋକ୍ତା ମାନେ ଅଭିଯୋଗ କରିଛନ୍ତି । ମାର୍କେଟି ଡିସିପ୍ଲିନ୍ ମାର୍ଗଦର୍ଶିକା-୨୦୨୨ ବିଭିନ୍ନ ଧାରାରେ ଏହି ବିତରକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।