ଧର୍ମଶାଳା ମହୋତ୍ସବ ପ୍ରସ୍ତୁତି ବୈଠକ
ାା ପ୍ରଭାନୁ୍ୟଜ ।ା ଧର୍ମଶାଳା: ଧର୍ମଶାଳା ମହୋତ୍ସବ ଓ ଲକ୍ଷ୍ମୀ ନାରାୟଣ ପୂଜା ପରିପ୍ରେକ୍ଷୀରେ ଜାରକାସ୍ଥିତ ତ୍ରନାଥ ମନ୍ଦିରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଗଜଲକ୍ଷ୍ମୀ ପୂଜା ଡିସେମ୍ବର ୧୬ ତାରିଖରୁ ଜାନୁଆରି ୫ ତାରିଖରେ ପର୍ଯ୍ୟନ୍ତ ମହୋତ୍ସବ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଧର୍ମଶାଳା ମହୋତ୍ସବ ପୂଜା କମିଟିର ସଭାପତି ରବିନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସମସ୍ତ ସଭ୍ୟ ଯୋଗଦେଇ ଚଳିତ ଥର ପୂଜା ଓ ମହୋତ୍ସବ କିପରି ସୁନ୍ଦର ହୋଇପାରିବା ସେ ନେଇ ବିଭିନ୍ନ ପ୍ରସ୍ତାବମାନ ଦେଇଥିଲେ । ୧୬ ତାରିଖଠାରୁ ପୂଜା ୨୫ତାରିଖ ଠାରୁ ମହୋସôବ ହେବ । ବଡଧରଣର ସାଂସ୍କୃତିକ ମହୋତ୍ସବକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରାଯିବା ପାଇଁ କମିଟି ପକ୍ଷରୁ ୨୦ଗୋଟି ବିଭାଗ କରାଯାଇ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ବୈଠକରେ କମିଟିର କାର୍ଯ୍ୟକାରୀ ସଭାପତି ପବିତ୍ର ମୋହନ ଦାସ, ସାଧାରଣ ସମ୍ପାଦକ ସତ୍ୟପ୍ରିୟ ମହାନ୍ତି, ସମ୍ପାଦକ ଶ୍ରୀକାନ୍ତ ସାହୁ, କୋଷାଧ୍ୟକ୍ଷ ଶରତ ଓଝା, କାର୍ଯ୍ୟକାରୀ ସଦସ୍ୟ ଦେବରାଜ ମିଶ୍ର, ରାଜେଶ ପାଲ, ଜିତେନ୍ଦ୍ର ରାଉତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।