ମା’ଶାରଳା ପାଠାଗାର ଉଦ୍ଘାଟନ
ବରୀ : ଏହି ବ୍ଲକ ଗୋଲକୁଣ୍ଡ ପଞ୍ଚାୟତମହାକାଳପଡା ଗ୍ରାମରେ ମା’ଶାରଳା ପାଠଗାର ନାମରେ ନୂତନ ଗ୍ରନ୍ଥାଘର ଉଦଘାଟନ ହୋଇଯାଇଛି । ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ସାମଲ ଅତିଥିଭାବେ ଯୋଗଦେଇ ଗ୍ରନ୍ଥାଘରକୁ ଲୋକର୍ପଣ କରିଛନ୍ତି । ସତ୍ୟନାରାୟଣ ଜେନା, ବୃଷଭାନୁ ଜେନା, କିଶୋର ଜେନା, ବିଭୁତି ଭୂଷଣ ଜେନା ଅନ୍ୟତମ ଅତିଥି ଭାବେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ପୋଖରୀ କୂଳ ସାହି ପ୍ରକଳ୍ପ ବିଦ୍ୟାଳୟର ଶିକ୍ଷକ ଅଜୟ କୁମାର ମହାନ୍ତି, ଧନେଶ୍ୱର ନାୟକ, ନିତ୍ୟାନନ୍ଦ ମଲ୍ଲିକ, ମହେନ୍ଦ୍ର ଦାସ, ନୃସିଂହ ପ୍ରଧାନ, କୁଲମଣୀ ନାୟକ, ତ୍ରିଲୋଚନ ଦାସ, ଅର୍ଜୁନ ବାରିକ, ଗୋବିନ୍ଦ ନାୟକ, ଅରକ୍ଷିତ ଦାସ, ବଟକୃଷ୍ଣ ପ୍ରଧାନ ତଥା ବିଭିନ୍ନ ବିଦ୍ୟାଳୟ ଶିକ୍ଷକ ଚକ୍ରଧର ଘଡାଇ, ଶିଶିର କୁମାର ସାହୁ, ଚନ୍ଦ୍ରମଣି ବଳ, କପିଳ ବେହେରା, କୈଳାଶ ପ୍ରଧାନ, ଶ୍ରୀଚରଣ ଦାସ, ଗଣେଶ୍ୱର ଜେନା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଶିଶିର କୁମାର ରାୟ ପରିଚାଳନା କରିଥିବା ବେଳେ ଦେବାଶିଷ ସାହୁ ଧନ୍ୟବାଦ ଦେଇଥିଲେ ।