ଜାତୀୟ କ୍ରୀଡା ଦିବସ ପାଳିତ
ଯାଜପୁର ଟାଉନ: ଜିଲ୍ଲା କ୍ରୀଡା ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ହକି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲାପାଳ ଅମ୍ବର କୁମାର କର, ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ଚରଣ ଟୁଡୁ, ହକି ପ୍ରଶିକ୍ଷକ ଉପସ୍ଥିତ ଅନ୍ୟାନ୍ୟ ସମସ୍ତେ ଭାରତୀୟ ହକିର ଯାଦୁଗର, ପଦ୍ମଭୂଷଣ,ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ତାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଖେଳକୁଦ ମଣିଷକୁ ଶାରୀରିକ ଭାବେ ସୁସ୍ଥ, ମାନସିକ ଭାବେ ଶକ୍ତିଶାଳୀ କରିବା ସହିତ ସକାରାତ୍ମକ ଭାବନା ଉଦ୍ରେକ କରିଥାଏ । ପରେ ପରେ ଜିଲ୍ଲାପାଳ ଇଣ୍ଡୋର ଷ୍ଟାଡ଼ିୟମରେ ବ୍ୟାଡ଼ମିଣ୍ଟନ, ତାଇକାଣ୍ଡୋ ଏବଂ ଅନ୍ୟାନ୍ୟ କ୍ରୀଡ଼ାବିତ ମାନଙ୍କୁ ଭେଟି କ୍ରୀଡା କ୍ଷେତ୍ରରେ ନିଜର ଉତମ ପ୍ରଦର୍ଶନ କରି ଦେଶ, ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିବାକୁ କହିଥିଲେ । କାର୍ଯ୍ୟକ୍ରମରେ ହକି ପ୍ରଶିକ୍ଷକ ଅମୁଲ୍ୟ କୁମାର ବେହେରା, ମମତା କିଣ୍ଡୋ, କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରେ ପରେ ଜିଲ୍ଲା ସ୍କୁଲ ଓ ହକିପ୍ରଶିକ୍ଷଣ କେନ୍ଦ୍ର, ଏନସି.କଲେଜ ମଧ୍ୟରେ ପ୍ରଦର୍ଶନୀ ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏନସି କଲେଜ ଦଳ ଚାମ୍ପିଅନ ହୋଇଥିଲେ । ଏହାପରେ ଉପସ୍ଥିତ କ୍ରୀଡ଼ାବିତ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଫିଟନେସ କାର୍ଯ୍ୟକଳାପରେ ଉସôାହିତ କରିବା ପାଇଁ ଜିଲ୍ଲାପାଳ ଶପଥ ପାଠ କରାଇଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
