ଭିନେଶଙ୍କୁ ମୋଦୀଙ୍କ ପ୍ରବୋଧନା
ମାତ୍ର କିଛି ଗ୍ରାମ ଓଜନ ବେଶୀ ପାଇଁ ପ୍ୟାରିସ୍ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ଭିନେଶ ଫୋଗଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବୋଧନା ଜଣାଇଛନ୍ତି ।
‘ଭିନେଶ ତୁବେ ଚାମ୍ପିୟନ୍ଙ୍କ ଭିତରେ ଚାମ୍ପିୟନ୍’ । ଦୃଢତାର ସହ ପ୍ରତ୍ୟାବର୍ତ୍ତନ କର । ଆମେ ସମସ୍ତେ ତୁମ ସହ ଅଛୁ । ‘ ତୁମେ ଭାରତ ପାଇଁ ଗର୍ବ, ପ୍ରତି ଭାରତୀୟଙ୍କ ପାଇଁ ପ୍ରେରଣା’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏକ୍ସ’ ଜରିଆରେ ଏଭଳି ପ୍ରବୋଧନା ଦେଇଛନ୍ତି ନରେନ୍ଦ୍ର ମୋଦୀ ।