ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର
ନୀଳଗିର: ବଡୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍ତର ଓଡିଶାର ଅଗ୍ରଣୀ ଶିଳ୍ପ ସଂସ୍ଥା ଇମାମି ପେପର ମିଲସ ପକ୍ଷରୁଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିସôା ଶିବିର ଅନୁଷ୍ଠିତ ହୋଇଥିଲା ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳରାମ ପଣ୍ତା ଶିବିରକୁ ଉଦଘାଟନ କରି ଇମାମି କର୍ତ୍ତୃପକ୍ଷ ଗ୍ରାମାଂଚଳର ଗରିବ ଲୋକମାନଂକୁ ସେମାନଂକ ହାତ ପାଆନ୍ତାରେ ବିନାମୂଲ୍ୟରେ ଉନ୍ନତମାନର ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ କରୁଥିବାରୁ ସେ ଭୂୟସୀ ପ୍ରଶଂସା କରିଥିଲେ । ଏହି ଶିବିରରେ ବିଦ୍ୟାଳୟର ଛାତ୍ରଛାତ୍ରୀଂକ ସମେତ ବଡୁଆ,କୁଚିଳାପଦା, ନରହରିପୁର, ଦିଖାପଦା, ହେନ୍ତସରା ,ଆର୍ମଳା,ବିମ୍ବୁରିଆ,ବାସୁାଖୁଣ୍ଟା ପ୍ରଭୃତି ଆଖପାଖ ଗ୍ରାମର ୨୫୦ଉୁ ଉର୍ଧ ବ୍ୟକ୍ତିଂକର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବିତରଣ କରାଯାଇଛି । ଇମାମିର ଅଭିଜ୍ଞ ଆୟୁର୍ବ?ଦ ଚିକିସôକ ଡା ପ୍ରଦୀପ କୁମାର ଜେନା ଓ ହୋମିଓପ୍ୟାଥି ଚିକିସôକ ଡା.ଜିତେନ୍ଦ୍ରକୁମାର ମହାରଣା ରୋଗୀମାନଂକର ଚିକିସôା କରିଥିଲେ । ଏହି ଶିବିରରେ ସାମାଜିକ କର୍ମୀ ରବି ରାଉଚ,ଗୋପିନାଥ ମହାପାତ୍ର,ନରେନ୍ଦ୍ର ମଲିକ ପ୍ରମୁଖ ଯୋଗଦେଇ ଶିବିର ଆୟୋଜନ ଓ ପରିଟାଳନାରେ ସହଯୋଗ କରିଥିଲେ ।