ଭିଜିଲାନ୍ସ ଦ୍ୱାରା ଏଡିଓ ଗିରଫ

ଭିଜିଲାନ୍ସ ଦ୍ୱାରା ଏଡିଓ ଗିରଫ

ଜୟପୁର : କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ବଦାପୁଟ ଜିପି କର୍ମଚାରୀ ଏଡିଓକୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଜନା ଅଧୀନରେ କାର୍ଯ୍ୟାଦେଶ ପ୍ରଦାନ ପାଇଁ ୨୦,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ରାଜ୍ୟ ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି । କିଛି ସମୟ ପୂର୍ବରୁ ଅମରବର ମଲ୍ଲିକ,କୋରାପୁଟ ଜିଲ୍ଲା ବୋଇପାରିଗୁଡ଼ା ବ୍ଲକ ଅଧୀନରେ ବଦାପୁଟ ଜିପିର ଆକାଉଣ୍ଟାଣ୍ଟ ଏବଂ ଡାଟା ଏଣ୍ଟ୍ରି ଅପରେଟର ଏଡିଓଙ୍କୁ ଏମଜିଏନଆରଜିଏସ ଯୋଜନା ଅଧୀନରେ ମିର୍‌ଚିମାଳାରୁ ଗୋଇଲଖାରୀ ପର୍ଯ୍ୟନ୍ତ ଘାଟ କଟିଂ କାମ କାର୍ଯ୍ୟାଦେଶ ପ୍ରଦାନ ପାଇଁ ଆବଶ୍ୟକ ସମସ୍ତ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ଜଣେ ଠିକାଦାରଙ୍କଠାରୁ କୋଡ଼ିଏ ହଜାର ଟଙ୍କା ଲାଞ୍ଚ ଦାବି ଏବଂ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି ।

     ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ମଧ୍ୟ ଏଡିଏଅ ମଲ୍ଲିକ ଠିକାଦାରଙ୍କ ସପକ୍ଷରେ କାର୍ଯ୍ୟାଦେଶ ପ୍ରଦାନ କରୁ ନଥିଲେ ବରଂ ମଲ୍ଲିକ ତାଙ୍କ ସପକ୍ଷରେ କାର୍ଯ୍ୟାଦେଶ ପ୍ରଦାନ କରିବା ପାଇଁ ୨୦ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଠିକାଦାରଙ୍କ ବାରମ୍ବାର ଅନୁରୋଧ ସତ୍ତେ୍ୱ  ମଲ୍ଲିକ ବିନା କାରଣରେ ପ୍ରକ୍ରିୟାକୁ ବିଳମ୍ବ କରୁଥିଲେ । ଦାବି କରାଯାଇଥିବା ଲାଞ୍ଚ ଟଙ୍କା ଦେବାରେ ସକ୍ଷମ ନହେବାରୁ ସେ ଏଥି ନେଇ ଭିଜିଲାନ୍ସ  କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ । ସୂଚନା ପାଇବା ପରେ ଓଡ଼ିଶା ଭିଜିଲାନ୍ସର ଏକ ଦଳ ଆଜି ଠିକାଦାରଙ୍କ ଠାରୁ  ଟଙ୍କା ଲାଞ୍ଚ ନେଉଥିବା ସମୟରେ  ମଲ୍ଲିକଙ୍କୁ ଗିରଫ କରିଥିଲା ଅଭିଯୁକ୍ତ  ମଲ୍ଲିକଙ୍କ କବଜାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଦୃଷ୍ଟିରୁ  ଅମରବର ମଲ୍ଲିକଙ୍କ ଦୁଇଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି । ଏହି ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ପିଏସ୍‌ ମାମଲା ନଂ ୩୮/୨୫ ୭ ପିସି ସଂଶୋଧନ ଆଇନ ୨୦୧୮ ଅନ୍ତର୍ଗତ ପଞ୍ଜୀକୃତ ହୋଇଛି । ଅଭିଯୁକ୍ତ  ମଲ୍ଲିକ ବିରୁଦ୍ଧରେ ତଦନ୍ତ ଜାରି ରହିଛି ।