ଜମି ପଟ୍ଟା ବଣ୍ଟନ
ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ କାମବେଡା ସଦର ପଞ୍ଚାୟତ ଗ୍ରାମରେ ତିନିି ପଞ୍ଚାୟତ ବାସିନ୍ଦାଙ୍କୁ ନେଇ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି । କାମବେଡା, ପୁରୁଣା ଚିମଟାପାଲି ଏବଂ ପୋଟରେଲ ପଞ୍ଚାୟତର ବହୁ ଲୋକେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମଞ୍ଚାସୀନ ଅତିଥି ଭାବେ କାମବେଡା ସରପଞ୍ଚ ରମାକାନ୍ତ ମାଡକାମୀ, ଡୁଡାମେଟା ସରପଞ୍ଚ ମୁକୁନ୍ଦ ସୋଡି, ପୋଟରେଲ ସରପଞ୍ଚ ପୂଜା ପଡ଼ିଆମୀ, ଫରେଷ୍ଟର ମୋହନ ଗୁଡ଼ିଆ, ଏଫଆରସି କୋର୍ଡିନେଟର ପି ରାଜୁ, ରାଜସ୍ୱ ନିରୀକ୍ଷକ ମଧୁସୂଦନ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।