ମୁକ୍ତି ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ: ଟ୍ରମ୍ପ୍ଙ ୯୦ ଦିନିଆ କଣ୍ଟ


ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଉପରେ ଲାଗୁ କରିଥିବା ଶୁଳ୍କକୁ ନେଇ ବିଶ୍ୱର ଅର୍ଥନୀତି ଏକ ପ୍ରକାରର ଅନିଶ୍ଚିତତା ଭିତର ଦେଇ ଗତିକରୁଛି । ଚୀନ୍କୁ ଛାଡ଼ି ଅନ୍ୟ ସବୁ ଦେଶକୁ ୯୦ ଦିନର ରିହାତି ବା କଣ୍ଟ ଦେଇଛନ୍ତି ଟ୍ରମ୍ପ୍ । ତେବେ ୯୦ ଦିନ ପୁରିଯିବା ପରେ ବିଶ୍ୱର ବାଣିଜ୍ୟ କାରବାର କେଉଁ ପ୍ରକାରର ପରିସ୍ଥିତିର ସମ୍ମୁଖୀନ ହେବ ତାହା କଳନା କରାଯାଇ ପାରୁନାହିଁ । ସମଗ୍ର ବିଶ୍ୱବୈଦେଶିକ ବାଣିଜ୍ୟଏବଂ ଅର୍ଥନୀତିକୁ ନେଇ ଭୟଙ୍କର ଭାବରେ ମାନ୍ଦାବସ୍ଥା ମାଡ଼ି ଆସିବ । ଏହି ମାନ୍ଦାବସ୍ଥାରୁ ବିଶ୍ୱ କିପରି ସୁରକ୍ଷା ପାଇବ ତାହା ପ୍ରଶ୍ନବାଚୀ ଭିତରକୁ ଆସିଯାଉଛି । ଆମେରିକାର ଶୁଳ୍କ ନୀତିରେ ଆମେରିକା ନିଜେ ମଧ୍ୟ ବିଶେଷ ଲାଭବାନ୍ ହୋଇପାରୁନାହିଁ । ଆମେରିକାରେ ବି ମାନ୍ଦାବସ୍ଥା ଜାରି ରହିଛି । ୯୦ ଦିନ କଣ୍ଟ ପୁରିଯିବା ପରେ ନିଜେ ଆମେରିକା କେଉଁ ପ୍ରକାରର ପରିସ୍ଥିତିର ସମ୍ମୁଖୀନ ହେବ,ତାହାର ମଧ୍ୟ ଆକଳନ କରାଯାଇପାରୁନାହିଁ । ଆମେରିରାକର ଅନିଶ୍ଚିତ ବାଣିଜ୍ୟ ନୀତି, କ୍ରେଡ଼ିଟ୍ ପରିସ୍ଥିତିକୁ ଆହୁରି ଖରାପ କରିଦେବ । ଛୋଟଛୋଟ ଋଣ ଗ୍ରହୀତାଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ ଋଣ ଗ୍ରହୀତାମାନେ ପରିଶୋଧ କରିବା କ୍ଷେତ୍ରରେ ନିଜର ଅସାମର୍ଥ୍ୟ ପ୍ରକାଶ କରିବେ । ତେଣୁ ସମଗ୍ର ବିଶ୍ୱର ଅର୍ଥନୀତି ଏକ ପ୍ରକାରର ମାନ୍ଦାହୋଇ ଅନେକ ଦେଶର ଅର୍ଥନୀତିକୁ ବିପର୍ଯ୍ୟସ୍ତ, ଧୂଳିସାତ୍ କରିଦେବ । ନିଯୁକ୍ତି କ୍ଷେତ୍ର ସଙ୍କୁଚିତ ହେବା ସହିତ ଶ୍ରମିକ ତଥା କର୍ମଚାରୀମାନଙ୍କ ମଜୁରି ମଧ୍ୟ କମେଇବା ପାଇଁ ଶିଳ୍ପସଂସ୍ଥା ଗୁଡ଼ିକ ବାଧ୍ୟ ହେବେ । ଏପରିକି ଛଟେଇ ହେବାର ମଧ୍ୟ ଅନେକ ସମ୍ଭାବନା ଦେଖାଦେବ । ସାଧାରଣ ଶ୍ରମିକଠାରୁ ଆରମ୍ଭ କରି ଖଟିଖିଆ ମଜୁରିଆଙ୍କ ପର୍ଯ୍ୟନ୍ତ ସମସ୍ତେ ଟ୍ରମ୍ପଙ୍କର ଟାରିଫ୍ ନୀତିର ଶିକାର ହେବେ । ଆମେରିକା ନିଜେ ମଧ୍ୟ ଏ ପ୍ରକାରର ପରିସ୍ଥିତିରୁ ମୁକୁଳିଯିବାର ସମ୍ଭାବନା ନାହିଁ । 
କୌଣସି ଏକ ପଦାର୍ଥ ବିଦେଶକୁ ରପ୍ତାନୀ କ୍ଷେତ୍ରରେ ବିଶ୍ୱର ସମସ୍ତ ଦେଶ ଦୁଇଟି ନୀତି ଗ୍ରହଣ କରିବେ । ଗୋଟିଏ ହେଲା ଆମେରିକାକୁ ରପ୍ତାନୀହେବା ପାଇଁ ଶୁଳ୍କ ବ୍ୟବସ୍ଥା ଏବଂ ଦ୍ୱିତୀୟଟି ହେଲା ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କ ପାଇଁ ରପ୍ତାନୀର ପୃଥକ୍ ଶୁଳ୍କବ୍ୟବସ୍ଥା । ରପ୍ତାନୀ କ୍ଷେତ୍ରରେ ଦେଶ ଗୁଡ଼ିକ ଦୁଇଟି ଅଲଗା ଅଲଗା ନୀତି ପ୍ରଣୟନ କରିବାକୁ ବାଧ୍ୟ ହେବେ । ବର୍ତ୍ତମାନ ଆମେରିକା ଆଉ ଚୀନ୍ ମଧ୍ୟରେ ଶୁଳ୍କ ଯୁଦ୍ଧ ଚାଲିଛି । ଚୀନ୍ ଆମେରିକା ଉପରେ ୨୨୫ ଶତାଂଶ ଶୁଳ୍କ ଲଗାଇ ଦେଇଛି । ଅନ୍ୟପକ୍ଷରେ ଆମେରିକା ଚୀନ୍ ଉପରେ ୨୪୫ ପ୍ରତିଶତ ଟାରିଫ୍ ଲାଗୁ କରିଛି । ଏଭଳି ଟାରିଫ୍ ଯୁଦ୍ଧରେ ଦୁଇ ଦେଶର ଉତ୍ପାଦିତ ପଦାର୍ଥକୁ ବିକ୍ରି କରୁଥିବା ଦୋକାନୀମାନେ ଦୋକାନରେ ଜିନିଷ ରଖିଲେ ମଧ୍ୟ କେହି କିଣିବେ ନାହିଁ । ଅନ୍ୟପକ୍ଷରେ ଆମେରିକାରେ ଥିବା ବିଭିନ୍ନ ବିଦେଶୀ କମ୍ପାନୀମାନେ ସେମାନଙ୍କ ଉତ୍ପାଦିତ ପଦାର୍ଥକୁ ଆମେରିକାରୁ ପ୍ରତ୍ୟାହାର କରିନେବାକୁ ଲାଗିଲେଣି । ଆଜିକା ପରିବର୍ଦ୍ଧିତ ବିଶ୍ୱରେ କୌଣସି ରାଷ୍ଟ୍ରସ୍ୱୟଂ ସମ୍ପୂର୍ଣ୍ଣ ନୁହେଁ । ତୈଳକ୍ଷେତ୍ରରୁ ଆରମ୍ଭ କରି ସୂଚନା ଓ ପ୍ରଯୁକ୍ତିବିଜ୍ଞାନ କ୍ଷେତ୍ର ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ବିଦେଶରୁ ଉତ୍ପାଦିତ ପଦାର୍ଥ ଉପରେ ପ୍ରତ୍ୟେକ ଦେଶ ନିର୍ଭରଶୀଳ । ଆଉ ବର୍ତ୍ତମାନ ଲୋକଙ୍କ ଚାହିଦା ବଢ଼ିବଢ଼ି ଚାଲିଥିବା ବେଳେ ଦେଶରେ ପ୍ରତ୍ୟେକ କ୍ଷେତ୍ରରେ ସମ୍ପ୍ରସାରଣ ଘଟୁଛି । ତେଣୁ ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ବିଶ୍ୱର ସମକକ୍ଷ ହେବା ପାଇଁ ବିଦେଶୀରୁ ଆମଦାନୀ ହେଉଥିବା ପଦାର୍ଥ ଉପରେହିଁ ନିର୍ଭର କରି ପ୍ରତ୍ୟେକ ରାଷ୍ଟ୍ର ସମୃଦ୍ଧ ହେଉଛନ୍ତି । ବର୍ତ୍ତମାନର ବିଶ୍ୱଗ୍ଲୋବାଲ୍ ଭିଲେଜ୍ରେ ପରିଣତ ହୋଇଯାଇଛି । ତେଣୁ ଏବେ ବିଭିନ୍ନ ଉତ୍ପାଦିତ ପଦାର୍ଥ ଉପରେ ଟାରିଫ୍ ଯୁଦ୍ଧ ଚାଲିଥିବା ବେଳେ ଭବିଷ୍ୟତରେ ଆର୍ନ୍ତଜାତିକ ବିମାନ ସେବା କ୍ଷେତ୍ରରେ ମଧ୍ୟ ବିମାନ ଭଡ଼ାବୃଦ୍ଧିର ସମ୍ଭାବନା ଉପୁଜୁଛି । ଏ ପ୍ରକାରର ଘଟିଲେ ପ୍ରତ୍ୟେକ ରାଷ୍ଟ୍ରର ବିମାନସେବା ମଧ୍ୟକୁ ପ୍ରଭାବିତ ହେବ । ବ୍ୟାଙ୍କ୍ର ଏନ୍ପିଏ ହଠାତ ବଢ଼ିଯିବା ଭଳି ପରିସ୍ଥିତି ସୃଷ୍ଟିହେଲେ ଦେଶ ଗୁଡ଼ିକର ଅର୍ଥନୀତି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହେବ । ତେଣୁ ୯୦ ଦିନର କଣ୍ଟ ପୁରିଯିବା ପରେବିଶ୍ୱର ଆର୍ଥôକ କାରବାର କିଭଳି ସମସ୍ୟା ସମ୍ମୁଖୀନ ହେବ ତାହାର ଆକଳନ କରିବା ସମ୍ଭବ ନୁହେଁ ।