ସମବାୟ କ୍ଷେତ୍ରରେ ଅଭିବୃଦ୍ଧିର ନୂତନ ଯୁଗ : ସମବାୟ କ୍ଷେତ୍ରରେ ବିପ୍ଳବ
ଭାରତର ସମବାୟ ଆନେ୍ଦାଳନ, ଏହାର ସାଂସ୍କୃତିକ ଏବଂ ସାମାଜିକ-ଆର୍ଥିକ ଦୃଶ୍ୟପଟ୍ଟରେ ଏକ ଶକ୍ତିଶାଳୀ ବାହକ ଭାବରେ ବିକଶିତ ହୋଇଛି । ସମାବେଶୀ ଅଭିବୃଦ୍ଧି, ଗୋଷ୍ଠୀ ସଶକ୍ତିକରଣ ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ସମବାୟ କ୍ଷେତ୍ର ଅନେକ ସୁନାମ ଅର୍ଜନ କରିଛି । ନିକଟ ଅତୀତରେ ଏକ ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟର ପ୍ରତିଷ୍ଠା ଏବଂ ଏହାର ଅନେକ ଦୃଢ଼ ପଦକ୍ଷେପ ମାଧ୍ୟମରେ ସରକାର ଏକ ସମବାୟ-ଚାଳିତ ମଡେଲକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି, ଯାହା ଦେଶର ପ୍ରତ୍ୟେକ କୋଣରେ ପହଞ୍ଚôବା ସହ ବଞ୍ଚିତ ବର୍ଗଙ୍କ ପାଇଁ ନିରନ୍ତର ଜୀବିକା ଏବଂ ଆର୍ଥିକ ଅନ୍ତର୍ଭୁକ୍ତି ସାଧନ କରିବ ।
ଜୁଲାଇ ୬, ୨୦୨୧ରେ ସମବାୟ ମନ୍ତ୍ରଣାଳୟର ପ୍ରତିଷ୍ଠା ଭାରତର ସମବାୟ ଆନେ୍ଦାଳନରେ ଏକ ପରିବର୍ତ୍ତନକାରୀ ମୁହୂର୍ତ୍ତ ଭାବରେ ଚିହ୍ନିତ ହୋଇଥିଲା । ସମବାୟକୁ ପୁନର୍ଜୀବିତ କରିବା ପାଇଁ ଏକ ଦୃଢ଼ ପ୍ରତିବଦ୍ଧତା ସହିତ, ମନ୍ତ୍ରଣାଳୟ ଏହି କ୍ଷେତ୍ରକୁ ସୁଦୃଢ଼ ଏବଂ ଆଧୁନିକୀକରଣ କରିବା ପାଇଁ ଏହି ମନ୍ତ୍ରଣାଳୟ ମାଧ୍ୟମରେ ବ୍ୟାପକ ନୀତିଗତ ଢାଞ୍ଚା, ଆଇନଗତ ସଂସ୍କାର ଏବଂ ରଣନୈତିକ ପଦକ୍ଷେପ ଗ୍ରହଣ କରିଆସିଛି । ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ, ମନ୍ତ୍ରଣାଳୟ ସମବାୟ ପାଇଁ "ବ୍ୟବସାୟ କରିବାର ସହଜତା’କୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି, ଡିଜିଟାଲାଇଜେସନ୍ ମାଧ୍ୟମରେ ସ୍ୱଚ୍ଛତା ସୁନିଶ୍ଚିତ କରିଛି ଏବଂ ଅବହେଳିତ ଗ୍ରାମୀଣ ସମ୍ପ୍ରଦାୟ ପାଇଁ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିଛି ।
ସମବାୟ ଆନେ୍ଦାଳନରେ ଦୂରଦୃଷ୍ଟି ପୂର୍ଣ୍ଣ ନେତୃତ୍ୱ
ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଗତିଶୀଳ ନେତୃତ୍ୱ ଏବଂ ପ୍ରେରଣାରେ ଭାରତର ସମବାୟ ଆନେ୍ଦାଳନ ଏକ ନୂଆ ଦିଗ ନେଇଛି । ତାଙ୍କ ନେତୃତ୍ୱରେ, ମନ୍ତ୍ରଣାଳୟ ଭାରତୀୟ ସମବାୟ ଆନେ୍ଦାଳନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି । ତାହା ହେଉଛି ଇ-ସେବାଗୁଡ଼ିକର ଉତ୍ତମ ଉପଲବ୍ଧି ପାଇଁ ସାଧାରଣ ସେବା କେନ୍ଦ୍ର (ସିଏସ୍ସି)ଗୁଡ଼ିକର କମ୍ପୁ୍ୟଟରୀକରଣ ତଥା ପ୍ୟାକ୍ସକୁ ବହୁମୁଖୀ ଓ ସୁଦୃଢ଼ କରିବା ପାଇଁ ମଡେଲ ବାଇ ଲ’ ପ୍ରସ୍ତୁତି, ପ୍ରତ୍ୟେକ ପଞ୍ଚାୟତ ତଥା ଗ୍ରାମରେ ବହୁମୁଖୀ ପ୍ୟାକ୍ସ /ଦୁଗ୍ଧ/ମତ୍ସ୍ୟପାଳନ ସମବାୟ ସମିତି ପ୍ରତିଷ୍ଠା, ଜାତୀୟ ସ୍ତରରେ ତିନୋଟି ନୂଆ ବହୁ-ରାଜ୍ୟ ସମବାୟ ସମିତି ସ୍ଥାପନ, ତୃଣମୂଳ ସ୍ତରରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମବାୟ କ୍ଷେତ୍ରରେ ବିଶ୍ୱର ସବୁଠାରୁ ବ୍ୟାପକ ବିକେନ୍ଦ୍ରୀକୃତ ଶସ୍ୟ ସଂରକ୍ଷଣ କାର୍ଯ୍ୟକ୍ରମ, ୯୭ତମ ସମ୍ବିଧାନ ସଂଶୋଧନର ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବା ଏବଂ ବହୁ-ରାଜ୍ୟ ସମବାୟ ସମିତିଗୁଡ଼ିକରେ ଶାସନକୁ ସୁଦୃଢ଼ କରିବା ସହ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି, ନିର୍ବାଚନ ପ୍ରକ୍ରିୟାରେ ଉନ୍ନତି ଆଣିବା ପାଇଁ ବହୁ-ରାଜ୍ୟ ସମବାୟ ସମିତି ଆଇନ-୨୦୦୨କୁ ସଂଶୋଧନ କରି ବହୁ-ରାଜ୍ୟ ସମବାୟ ସମିତି (ସଂଶୋଧନ) ଆଇନ ୨୦୨୩ ପାରିତ କରାଯାଇଛି ଏବଂ ସମବାୟ ଚିନିକଳ ଗୁଡ଼ିକୁ ସୁଦୃଢ଼ କରିବା ଓ ସମବାୟ ଚିନି କଳ ଗୁଡ଼ିକୁ ଇଥାନଲ୍ କ୍ରୟ ଏବଂ କୋଜେନ୍ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବାରେ ପ୍ରାଥମିକତା ପ୍ରଦାନ ପାଇଁ ଏନ୍ସିଡିସି ମାଧ୍ୟମରେ ୧୦ ହଜାର କୋଟି ଟଙ୍କାର ଋଣ ଯୋଜନା କରାଯାଇଛି ।
ଏହିସବୁ ଅଭିନବ ଏବଂ ଗତିଶୀଳ ପଦକ୍ଷେପ ଦ୍ୱାରା ସମବାୟ ଆନେ୍ଦାଳନ ବିକଶିତ ହେବା ସହିତ ଏହା ଭାରତର ସାମାଜିକ-ଆର୍ଥିକ ଢାଞ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି । ସମସାମୟିକ ଚ୍ୟାଲେଞ୍ଜଗୁଡ଼ିକୁ ସମାଧାନ କରିବା ଏବଂ ସାମୁଦାୟିକ ସ୍ଥିରତାକୁ ପ୍ରୋତ୍ସାହିତ କରିବାରେ ସମବାୟ ସଂସ୍ଥାଗୁଡ଼ିକ ସଫଳ ହୋଇପାରିଛନ୍ତି ।
ସମବାୟ ବିକାଶରେ ପ୍ରମୁଖ ମାଇଲଖୁଣ୍ଟ
ସମବାୟ ମନ୍ତ୍ରଣାଳୟର ଏକ ପ୍ରମୁଖ ପଦକ୍ଷେପ ହେଉଛି ବହୁରାଜ୍ୟ ସମବାୟ ସମିତିଗୁଡ଼ିକୁ ପ୍ରୋତ୍ସାହନ ଏବଂ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ)ର ବିସ୍ତାର କରିବା । ପ୍ୟାକ୍ସ ପାଇଁ ମଡେଲ ବାଇଲ’ ପ୍ରଚଳନ ଦ୍ୱାରା ସେମାନଙ୍କୁ ୨୫ରୁ ଅଧିକ ବିବିଧ କାର୍ଯ୍ୟକଳାପ ଲାଗି ଶକ୍ତି ମିଳିଛି । ଫଳରେ ଉନ୍ନତ ଶାସନ ଏବଂ ବ୍ୟାପକ ଅନ୍ତର୍ଭୁକ୍ତି ସୁନିଶ୍ଚିତ ହୋଇପାରିଛି । ୨ ହଜାର ୫୧୬ କୋଟି ଟଙ୍କା ଖର୍ଚ୍ଚରେ ୬୩୦୦୦ ପ୍ୟାକ୍ସର କମ୍ପୁ୍ୟଟରୀକରଣ କାର୍ଯ୍ୟ ଜାରି ରହିଛି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୬୨ ହଜାର ୩୧୮ ପ୍ୟାକ୍ସକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ୧୫ ହଜାର ୭୮୩ ପ୍ୟାକ୍ସର କମ୍ପୁ୍ୟଟରୀକରଣ କାର୍ଯ୍ୟ ଶେଷ ହୋଇଛି । ଏହି ପଦକ୍ଷେପଗୁଡ଼ିକ ଦ୍ୱାରା ସମ୍ପୃକ୍ତ ସଂସ୍ଥାଗୁଡ଼ିକର କାର୍ଯ୍ୟକ୍ଷମ ଦକ୍ଷତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି । ସମବାୟ କ୍ଷେତ୍ରକୁ ବିସ୍ତାରିତ କରିବା ଲାଗି ସମବାୟ ସମିତି ନ ଥିବା ପଞ୍ଚାୟତରେ ୯ ହଜାରରୁ ଅଧିକ ନୂତନ ପ୍ୟାକ୍ସ, ଦୁଗ୍ଧ ଏବଂ ମତ୍ସ୍ୟ ସମବାୟ ପ୍ରତିଷ୍ଠା କରାଯାଉଛି ।
କୃଷି କ୍ଷେତ୍ରରେ ଇଫକୋର ବୈପ୍ଳବିକ ଅବଦାନ
ଇଫକୋର ତରଳ ନାନୋ ୟୁରିଆ ପ୍ଲସ୍ ଏବଂ ନାନୋ ଡିଏପି ସମେତ ବହୁ ପରିମାଣରେ ନାନୋ ସାରର ପ୍ରଚଳନ କୃଷି ସମବାୟ କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରିଛି । ଖୁବ୍ଶୀଘ୍ର ନାନୋ ଏନ୍ପିକେ (ଦାନା) ମଧ୍ୟ ଅନୁମୋଦନ ପାଇବାକୁ ଯାଉଛି । ଏହି ଉଦ୍ଭାବନ ଆଧୁନିକ କୃଷି କ୍ଷେତ୍ରରେ ଅଧିକ ଦକ୍ଷତା, ମୂଲ୍ୟ-ପ୍ରଭାବଶାଳୀତା ଏବଂ ପରିବେଶଗତ ସ୍ଥାୟୀତ୍ୱ ପ୍ରଦାନ କରିବା ସହ ଏକ ଯୁଗାନ୍ତକାରୀ ଭୂମିକା ଗ୍ରହଣ କରିବ । ଏହି ବିପ୍ଳବ ବିଷୟଗତ ଉତ୍ପାଦଗୁଡ଼ିକ ପୂର୍ବରୁ ବିଶ୍ୱସ୍ତରୀୟ ସ୍ୱୀକୃତି ପାଇସାରିଛି, ଆମେରିକା, ବ୍ରାଜିଲ, ଜାମ୍ବିଆ, ଗିନି-କୋନାକ୍ରି, ମରିସସ୍, ରୱାଣ୍ଡା, ମାଲେସିଆ ଏବଂ ଫିଲିପାଇନ୍ସର ବଜାରରେ ପହଞ୍ଚିଛି । ଉନ୍ନତ ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରି, ଇଫକୋ ଏବଂ ଭାରତର ସମବାୟ ଆନେ୍ଦାଳନ ଅର୍ଥନୀତିକ ପରିବର୍ତ୍ତନ, ଦୀର୍ଘକାଳୀନ ସମୃଦ୍ଧି ଏବଂ ବିଶ୍ୱ ପ୍ରତିଯୋଗିତାରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇପାରିଛନ୍ତି । ବିଶ୍ୱ ସମବାୟ ଆନେ୍ଦାଳନରେ ଇଫକୋର ନେତୃତ୍ୱ ବୃଦ୍ଧି ପାଇବାରେ ଲାଗିଛି । ଅନ୍ତର୍ଜାତୀୟ ସମବାୟ ସଂଘ (ଆଇସିଏ)ର ସଦସ୍ୟ ଭାବରେ, ଇଫକୋ ବିଶ୍ୱ ସମବାୟ ନୀତି ଗଠନରେ ସକ୍ରିୟ ଭାବରେ ଯୋଗଦାନ କରୁଛି ।
ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟ: ସମବାୟ ଅଭିବୃଦ୍ଧିର ଏକ ଉତ୍ପ୍ରେରକ
ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟ ହେଉଛି ସମବାୟ କ୍ଷେତ୍ରରେ ବିକାଶର ସବୁଠାରୁ ଉଲ୍ଲେଖନୀୟ ଚିନ୍ତାଧାରା ମଧ୍ୟରୁ ଗୋଟିଏ । ଏହି ବିଶ୍ୱବିଦ୍ୟାଳୟକୁ ସମବାୟ ଶିକ୍ଷା, ଗବେଷଣା ଏବଂ ନେତୃତ୍ୱ ବିକାଶ ପାଇଁ ଉତ୍ସର୍ଗୀକୃତ ଏକ ପ୍ରମୁଖ ପ୍ରତିଷ୍ଠାନ ଭାବରେ କଳ୍ପନା କରାଯାଇଛି । ସ୍ୱତନ୍ତ୍ର ତାଲିମ, ଶିକ୍ଷାଗତ କାର୍ଯ୍ୟକ୍ରମ ଏବଂ ଗବେଷଣା ସୁଯୋଗ ପ୍ରଦାନ କରି, ଏହି ବିଶ୍ୱବିଦ୍ୟାଳୟ ଭାରତର ସମବାୟ ଆନେ୍ଦାଳନର ଭବିଷ୍ୟତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସଂକ୍ଷେପରେ କହିଲେ ସମବାୟ ମାଧ୍ୟମରେ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ଏବଂ ପ୍ରଗତିକୁ ଏହା ଆଗେଇ ନେବାରେ ସହାୟକ ହେବ । ଜାତିସଂଘ ଦ୍ୱାରା ୨୦୨୫କୁ ଅନ୍ତର୍ଜାତୀୟ ସମବାୟ ବର୍ଷ ଭାବରେ ଘୋଷଣା କରାଯାଇଛି । ସମବାୟ ମନ୍ତ୍ରଣାଳୟ ଆଇୱାଇସି ବିଷୟରେ ସଚେତନତା ପ୍ରସାର କରିବା ପାଇଁ ଜାତୀୟ ସମବାୟ କମିଟି ଗଠନ କରିଛି, ଯାହା ପ୍ରସାର ବୃଦ୍ଧି ଏବଂ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଉଛି ।
ରଣନୈତିକ ପଦକ୍ଷେପ ଏବଂ ଅଗ୍ରଗାମୀ ଚିନ୍ତାଧାରା ଓ ନୀତି ମାଧ୍ୟମରେ, ସମବାୟ ମନ୍ତ୍ରଣାଳୟ ଭାରତର ସମବାୟ କ୍ଷେତ୍ରକୁ ସଫଳତାର ସହିତ ପରିବର୍ତ୍ତନ କରିଛି । ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତ କରିବା ସହ ଡିଜିଟାଲ୍ ସମନ୍ୱୟ ଏବଂ ସମବାୟ ଉଦ୍ୟୋଗକୁ ପ୍ରୋତ୍ସାହନ ମାଧ୍ୟମରେ ସରକାର ସମବାୟ ନେତୃତ୍ୱାଧୀନ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଏବଂ ସ୍ଥାୟୀ ମଡେଲ ସୃଷ୍ଟି କରୁଛନ୍ତି । ଭାରତରେ ସମବାୟ ଆନେ୍ଦାଳନ ଏକ ଅଦ୍ଭୂତପୂର୍ବ ଶୀର୍ଷତ୍ୱ ହାସଲ କରିଛି ।
ପରିଚାଳନା ନିଦେ୍ର୍ଦଶକ ଇଫକୋ
ଚଳିତ ବର୍ଷ ହିନ୍ଦୁ ନବବର୍ଷରେ ଦୁର୍ଲ୍ଲଭ ଯୋଗ ସୃଷ୍ଟି ହେବାକୁ ଯାଉଛି । ୧୦୦ ବର୍ଷ ପରେ ଏଭଳି ଦୁର୍ଲ୍ଲଭ ସଂଯୋଗ ଦେଖିବାକୁ ମିଳିବ । ଏହିଦିନ ଚନ୍ଦ୍ରମା, ଶନି, ବୁଧ, ରାହୁ ଓ ସୂର୍ଯ୍ୟ ମୀନ ରାଶିରେ ଏକାଠି ହେବେ । ଜ୍ୟୋତିର୍ବିଦଙ୍କ କହିବାନୁଯାୟୀ, ବୁଦ୍ଧାଦିତ୍ୟ ଓ ମାଲବ୍ୟ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ଏହାଫଳରେ ମିଥୁନ, କନ୍ୟା ଓ ମକର ରାଶିର ବ୍ୟକ୍ତି ବିଶେଷମାନଙ୍କୁ ବହୁତ ଶୁଭଫଳ ମିଳିବ ବୋଲି କୁହାଯାଉଛି ।
ବାସୁଦେବ ସାହୁ
ମୋ : ୯୩୪୮୯୫୭୨୩୬