ଇତିହାସର ଐତିହାସିକତାର ପୁନରୁଦ୍ଧାର

ପ୍ରାୟ ତିନିଶହ ପଚାଶବର୍ଷ ପୂର୍ବେ ମୃତୁ୍ୟବରଣ କରିଥିବା ଆଉରଙ୍ଗଜେବଙ୍କୁ ଦିଆଯାଇଥିବା ପୁରୁଣା କବରକୁ ଉପାଡ଼ି ଦେଇ  ସେଠାରେ ହିନ୍ଦୁ ନୀତିରେ ପୂଜାପାଠ ସ୍ଥାନ ଗଢ଼ି ତୋଳିବା ଓ ସେମାନଙ୍କୁ ହିନ୍ଦୁ ବୋଲି ପ୍ରମାଣ କରିବାରେ ବର୍ତ୍ତମାନର ସମାଜରେ ଅନେକ ବିଜ୍ଞ ବୁଦ୍ଧିଜୀବୀଙ୍କୁ ହତୋସôାହିତ କରିଛି  । ମନେହୁଏ ଇତିହାସକୁ ଅତ୍ୟନ୍ତ ଅଜ୍ଞ ବୋଲି ଧରି ନିଆଯାଇଛି  । ଇତିହାସ ବିଷୟରେ ଏଭଳି ଦୁର୍ବଳ ବୁଝାମଣାର ଅର୍ଥ କ’ଣ ହୋଇପାରେ ? ତେବେ କ'ଣ ଇତିହାସକୁ ପୁନର୍ବାର ବ୍ୟାଖ୍ୟା କରିବା ଓ ଲେଖିବାକୁ ପଡିବ କି ? ଏଭଳି ପ୍ରଶ୍ନବାଚୀ ଉଠିଛି  ।  ଆଧୁନିକ ଭାରତର ଇତିହାସ ଲେଖିବା ବିତର୍କର ବିଷୟ ପାଲଟିଛି  । ଇତିହାସ ଲେଖାରେ  ବସ୍ତୁନିଷ୍ଠତା  (ଅବଜେକ୍ଟିଭ୍) ସାଧାରଣତଃ ଦାବି କରାଯାଏ, କିନ୍ତୁ ଏହି ଦାବି କେବଳ ଆଂଶିକ ସତ୍ୟ  । ଇତିହାସ ଲେଖାରେ ସର୍ବଦା ଆତ୍ମନିଷ୍ଠ ) ସବଜେକ୍ଟିଭ୍ ଲେଖିବାର ସମ୍ଭାବନା ଥାଏ  । ଅଧିକାଂଶ ଇତିହାସ କେବଳ ତକôାଳୀନ ବିଜେତାମାନଙ୍କ ଗୁଣ ଦେଖି ଲେଖାଯାଇଥିଲା  । ତେଣୁ ବିଜେତାମାନଙ୍କୁ ଗୈାରବାନ୍ୱିତ  କିମ୍ବା ମହିମାମଣ୍ଡିତ କରିବା ପାଇଁ ସର୍ବଦା ଏକ ଐତିହାସିକ ପ୍ରବୃତ୍ତି ରହିଥାଏ  । କିନ୍ତୁ ଯେଉଁଠାରେ ଏହା କୈାଣସି ଦଳ ସହିତ ଜଡିତ ଲେଖକମାନଙ୍କ ଦ୍ୱାରା ଲେଖାଯାଇଥାଏ, ସେଠାରେ ଇତିହାସ ତଥ୍ୟଭିତ୍ତିକତା ଓ ବିଶ୍ୱସନୀୟତା ହରାଇବାର ସମ୍ଭାବନା ଦେଖାଦେଇଥାଏ  ।
ଭାରତର ଆଧୁନିକ ଲୋକପ୍ରିୟ ଇତିହାସ ହେଉଛି ମୁସଲମାନ ଆକ୍ରମଣକାରୀ, ବ୍ରିଟିଶ ଶାସନ ବାମପନ୍ଥୀ ଚିନ୍ତାଧାରା ସହିତ ଜଡିତ  ଐତିହାସିକମାନଙ୍କର ଅବଦାନ  । ଏଥିରେ ହୁଏତ ବହୁ କଠିନ ପରିଶ୍ରମ କରାଯାଇଛି  । କିନ୍ତୁ ଏଥିରେ ନିରପେକ୍ଷତାର ସ୍ତର ସ୍ପଷ୍ଟ ନୁହେଁ  ।  ମୁସଲମାନ ଆକ୍ରମଣକାରୀମାନେ ଏଭଳି ଦେଶରୁ ଆସିଥିଲେ , ଯେଉଁଠାରେ ଖାଦ୍ୟ ଓ ଜୀବନଧାରଣର ମାଧ୍ୟମ ପର୍ଯ୍ୟାପ୍ତ ନଥିଲା  । ତେଣୁ ଲୁଣ୍ଠନ ବ୍ୟତୀତ ସେମାନଙ୍କର କୈାଣସି ଚାରା ନଥିଲା  । ସେମାନଙ୍କ ଦ୍ୱିତୀୟ ଲକ୍ଷ୍ୟ ଥିଲା ଭାରତରେ ବସବାସ କରିବା ଓ ନିଜ ଇଛାନୁସାରେ ସେହି ସ୍ଥାନରେ ରହି ଆରାମ ଓ ସକଳ ସୁବିଧାକୁ ଉପଭୋଗ କରିବା  । ସେମାନଙ୍କର ଆଉ ଏକ ଲକ୍ଷ୍ୟ ଥିଲା, ଅନ୍ୟ ଦେଶକୁ ଯାଇ ଇସଲାମ ଧର୍ମକୁ ବିସ୍ତାର କରିବା  । ଏସବୁ ସେମାନଙ୍କ ଲକ୍ଷ୍ୟ ଥିଲା ବୋଲି ଧରାଯାଏ  । ତେଣୁ ଅନେକ ଦେଶକୁ ପରାସ୍ତ କରି  ଇସଲାମକୁ ପ୍ରସାର ଓ ବିସ୍ତାର କରିବା ପ୍ରସଙ୍ଗରେ ଇତିହାସ ଲେଖାଯାଇଥିଲା  ।
ସେଭଳି ବ୍ରିଟିଶ୍ମାନଙ୍କର ଦର୍ଶନ ସେହି ସମୟର ଖ୍ରୀଷ୍ଟିଆନ ଦର୍ଶନ ଉପରେ ପର୍ଯ୍ୟବସିତ ଥିଲା  । ବିଶେଷ କରି ସେତେବେଳେ ଯେଉଁମାନେ ଖ୍ରୀଷ୍ଟିଆନ ଧର୍ମ ବିଷୟରେ ଜାଣିନଥିଲେ ସେମାନେ ଏଥିରେ ବିଶ୍ୱାସ କରୁଥିଲେ  । ସେମାନେ ବର୍ବରତା ମଧ୍ୟରେ ଫସି ରହିଥିଲେ  । ନିଜର ପରିତ୍ରାଣ ପାଇଁ ଯେ ଖ୍ରୀଷ୍ଟିଆନ ଧର୍ମର ବାର୍ତ୍ତା ନେବାକୁ ପଡିବ, ତାହାକୁ ସେମାନଙ୍କ ଧାର୍ମିକ କର୍ତ୍ତବ୍ୟ ବୋଲି  ଧରୁଥିଲେ  । ଅବଶ୍ୟ, ୟୁରୋପର ଶୀତଳ ଜଳବାୟୁ ଓ ପ୍ରାକୃତିକ ସମ୍ପଦର ଅଭାବ ମଧ୍ୟ ଏହାର କାରଣ ହୋଇଛି  । ସେସବୁ ପୂରଣ କରିବା ପାଇଁ ଉପନିବେଶବାଦର ଆରମ୍ଭ ହୋଇଥିଲା ଓ କ୍ରମଶଃ ସମସ୍ତ ଏସୀୟ, ଆଫ୍ରିକୀୟ ଓ ଦକ୍ଷିଣ ଆମେରିକୀୟ ଦେଶକୁ କାବୁ କରିବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଥିଲା  । ସେମାନେ କିଛି ଦେଶର ଜନତାକୁ ସଂପୂର୍ଣ୍ଣ ଭାବରେ ବିଭ୍ରାନ୍ତ କରିଦେଉଥିଲେ  । ଆମେରିକା ଓ ଅଷ୍ଟ୍ରେଲିଆ କ୍ଷେତ୍ରରେ ନିଜେ ସେମାନଙ୍କର ମାଲିକ ହେଇଗଲେ  । ପ୍ରକୃତରେ ଏଭଳି ଆଭିମୁଖ୍ୟରେ ସମଗ୍ର ଜନସମୁଦାୟକୁ ବଦଳାଇବା ସମ୍ଭବ ନୁହେଁ  । ସେମାନେ ସ୍ଥାନୀୟ ସଭ୍ୟତା ଏପରିକି ସଂସ୍କୃତିକୁ ନିମ୍ନମାନର କରି ଏକପଟିଆ ନିଜର ସଭ୍ୟତା ପ୍ରତିଷ୍ଠା କରି ସେମାନଙ୍କର ଶାସନକୁ ସୁନିଶ୍ଚିତ କରିବାକୁ କାର୍ଯ୍ୟ କରିଥିଲେ  । 
  ବ୍ରିଟିଶମାନଙ୍କ ଏହି ଦୃଷ୍ଟିକୋଣରୁ ଇତିହାସ ଲେଖାଯାଇଥିଲା  । ଇତିହାସରେ ସ୍ଥାପିତ ବା ଉଲ୍ଲେଖିତ ହୋଇଥିବା ଅଧିକାଂଶ ପୂର୍ବଧାରଣା ଉପରୋକ୍ତ ଲକ୍ଷ୍ୟଗୁଡିକ ଚତୁରତାର ସହ ପୂରଣ କରିବା ପାଇଁ ଉଦ୍ଦିଷ୍ଟ ଥିଲା  । ସେମାନେ ସେହି ତଥ୍ୟ କିମ୍ବା ଘଟଣାଗୁଡ଼ିକୁ ଡିଲିଟ୍ କିମ୍ବା ଅଣଦେଖା କରିଥିଲେ ଯାହା ତାଙ୍କ ପାଇଁ ଅନୁପଯୁକ୍ତ ଥିଲା  । ଯଦିଓ ସେ ବାସ୍ତବତା ଏବଂ ବସ୍ତୁନିଷ୍ଠ  (ଅବଜେକ୍ଟିଭ୍) ଉପରେ ଆଧାର କରି ବୈଜ୍ଞାନିକ ଆଭିମୁଖ୍ୟ ପ୍ରତିଷ୍ଠା କରିଥିଲେ  । କିନ୍ତୁ ଇଉରୋପୀୟ ଦୃଷ୍ଟିକୋଣରୁ ତଥ୍ୟ ଓ ଘଟଣାଗୁଡ଼ିକର ଆଲୋଚନାମୂଳକ ବ୍ୟାଖ୍ୟା କରି ସେହି ବ୍ରିଟିଶ ଐତିହାସିକମାନେ ଜାଣିଶୁଣି କିମ୍ବା ଅଜାଣତରେ ଅନେକ ଭୁଲ୍ କରିଥିଲେ ଯାହା ସେମାନଙ୍କ ଲକ୍ଷ୍ୟ ହାସଲ କରିବା ପାଇଁ ଆବଶ୍ୟକ ଥିଲା  । ଉଦାହରଣ ସ୍ୱରୂପ  ଭାରତର ଦୁଃଖଦ ଦୟନୀୟ ସ୍ଥିତିକୁ ମିଥ୍ୟା ଚିତ୍ରଣ କରି ନିଜକୁ ଉନ୍ନତ ଓ ବିକଶିତ ପ୍ରମାଣ କରିବାରେ ନୂତନ ଶିକ୍ଷାକୁ କାର୍ଯ୍ୟ କଲେ  ।
ଅନ୍ୟପକ୍ଷରେ ଧରମପାଲଙ୍କ ଦ୍ୱାରା ସଂଗୃହିତ ବ୍ରିଟିଶ୍ ତଥ୍ୟଦଲିଲ୍ ପ୍ରମାଣ କରେ ଯେ ବ୍ରିଟିଶମାନଙ୍କର ଏହି କାହାଣୀ ମିଥ୍ୟା ଅଟେ  । ଉଦାହରଣ ସ୍ୱରୂପ, ୧୮୨୨-୦୨୫  ମସିହାରେ ‘ମାଡ୍ରାସ୍ ପ୍ରେସିଡେନ୍ସି'ରେ କରାଯାଇଥିବା ସର୍ଭେ ଅନୁଯାୟୀ, ସେତେବେଳେ  ୧୧,୫୭୫ ବିଦ୍ୟାଳୟ ଏବଂ ୧, ୦୯୪ ମହାବିଦ୍ୟାଳୟ ଥିଲା  । ଯେଉଁଥିରେ ୧,୫୭,୧୯୫ ଏବଂ ୫, ୪୩୧ ଛାତ୍ର ଅଧ୍ୟୟନ କରୁଥିଲେ  । ଜାତିଗତ ଗଣନା ବିଷୟରେ ମଧ୍ୟ ଆଶ୍ଚର୍ଯ୍ୟଜନକ ପରିସଂଖ୍ୟାନ ପ୍ରକାଶ ପାଇଛି, ଯାହା ଅନୁଯାୟୀ ୭୦  ରୁ ୮୦ ପ୍ରତିଶତ ଛାତ୍ର ତାମିଲ ଭାଷାଭାଷୀ ଅଞ୍ଚଳରେ ଶୂଦ୍ର ଏବଂ ନିମ୍ନ ଜାତିର, ଓଡିଆ ଅଞ୍ଚଳରେ ୬୨ ପ୍ରତିଶତ, ମାଲାୟାଲମ୍ ଭାଷାଭାଷୀ ଅଞ୍ଚଳରେ ୫୪ ପ୍ରତିଶତ ଓ ତେଲୁଗୁ ଅଞ୍ଚଳରେ ୫୦ ପ୍ରତିଶତ ଛାତ୍ର ଥିଲେ  ।
ବୈଷୟିକ ଜ୍ଞାନ ପାଇଁ ମଧ୍ୟ ସମାନ କଥା ପ୍ରଯୁଜ୍ୟ  । ଉତ୍ତରପ୍ରଦେଶର ଅତରଂଜୀ-ଖେଡା ଅଞ୍ଚଳରେ ଖ୍ରୀଷ୍ଟପୂର୍ବ ଦ୍ୱାଦଶ ଶତାବ୍ଦୀରେ ଲୁହା ବ୍ୟବହୃତ ହୋଇଥିଲା  । ଏପରିକି ଖ୍ରୀଷ୍ଟପୂର୍ବ ଅଷ୍ଟାଦଶ ଶତାବ୍ଦୀରୁ  ଇସ୍ପାତ ତିଆରି କରାଯାଇଥିଲା  । ସେହି ସମୟରେ ପ୍ରତିବର୍ଷ ଅତି କମରେ ୧୦,୦୦୦  କାରଖାନା ଉଚ୍ଚମାନର ଇସ୍ପାତ ଉତ୍ପାଦନ କରୁଥିଲା । ସେତେବେଳେ ଫର୍ଣ୍ଣେସ୍ କାର୍ଯ୍ୟକ୍ଷମ ଥିଲା  । ଯାହା କେବଳ ବର୍ଷକୁ କୋଡ଼ିଏ ଟନ୍ ଷ୍ଟିଲ୍ ଉତ୍ପାଦନ କରୁଥିଲା  । ଛୋଟପୋକର ଚିକିସôା ପାଇଁ ଇନୋକୁଲେସନ୍ ବ୍ୟବହୃତ ହୋଇଥିଲା  । ଏପରିକି ସେ ସମୟରେ  ଶରୀରକୁ ପ୍ଲାଷ୍ଟିକ୍ ସର୍ଜରୀ କରାଯାଇଥିଲା  । ଏହି ଜ୍ଞାନ ଖ୍ରୀଷ୍ଟପୂର୍ବ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ, ସୁଶ୍ରୁତଙ୍କ ନିକଟରେ ବିଦ୍ୟମାନ ଥିଲା  । ‘ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍'ର ଜଣେ ଅଧିକାରୀ ଡ. ବରୀଙ୍କ ଦ୍ୱାରା ବର୍ଣ୍ଣିତ ତଥ୍ୟ ।
ଏହା ପରେ ପରେ ବାମପନ୍ଥୀ ଐତିହାସିକମାନଙ୍କ ଯୁଗ ଆସିଲା  । ସେ କେବଳ ପାଶ୍ଚାତ୍ୟ ଦୃଷ୍ଟିକୋଣରୁ ବୈଜ୍ଞାନିକ ଆଭିମୁଖ୍ୟ ବ୍ୟବହାର କରିଥିଲେ  । ଯେଉଁଥିରେ ଗୋଟିଏ ବିଷୟ ଖ୍ରୀଷ୍ଟିଆନ ଦୃଷ୍ଟିକୋଣ ସହିତ ସମାନ ଥିଲା  । ଯାହା କେବେ ପାଶ୍ଚାତ୍ୟ ଠାରୁ କିଛି କମ୍ ନୁହେଁ  । ଏହି କାରଣରୁ ସେମାନଙ୍କ ବାମପନ୍ଥୀର ଲକ୍ଷ୍ୟ ବିସ୍ତାର କରିବା ପାଇଁ ଏକ ଉପଯୁକ୍ତ ପରିବେଶ ସୃଷ୍ଟି କରିବାକୁ ବିଭିନ୍ନ ତଥ୍ୟ ଏପରିକି ଘଟଣାଗୁଡ଼ିକୁ ବିଶ୍ଳେଷଣ ଓ ବ୍ୟାଖ୍ୟା କରିଥିଲେ  । ସେମାନଙ୍କ ଆବଶ୍ୟକ ଲକ୍ଷ୍ୟ ଥିଲା ଭାରତୀୟ ଚିନ୍ତାଧାରାକୁ ନିମ୍ନମାନରେ ପ୍ରମାଣ କରିବା ଯଦ୍ୱାରା ସେମାନଙ୍କ ନୂତନ ପ୍ରସ୍ତାବଗୁଡ଼ିକ ସମାଜରେ ଏକ ସ୍ଥାନ ହାସଲ କରିପାରିବ  । ଯଦିଓ ସେମାନେ ମାନବବାଦୀ ଆଭିମୁଖ୍ୟ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଇ ନାହାଁନ୍ତି  । କାର୍ଲ ମାର୍କ୍ସଙ୍କ ଏହି ବିବୃତ୍ତି ବାମପନ୍ଥୀ ଚିନ୍ତାଧାରାକୁ ବୁଝିବା ପାଇଁ ଯଥେଷ୍ଟ ଥିଲା  । ବ୍ରିଟିଶ୍ ମାନେ ଭାରତରେ ଯେତେ ନିଷ୍ଠୁର ଥିଲେ ମଧ୍ୟ ଭାରତର ସମାଧାନ କେବଳ ପାଶ୍ଚାତ୍ୟକରଣରେ ରହିଛି  । ଯାହା କେବଳ ବିଜୟୀ ୟୁରୋପୀୟ ଶ୍ରମିକ ଶ୍ରେଣୀ ଦ୍ୱାରା ସମ୍ଭବ ।
 ବ୍ରିଟିଶ୍ ସଂଗ୍ରହାଳୟରୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ଭାରତରେ ବ୍ରିଟିଶ ପ୍ରଶାସନ ସହ ଜଡିତ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ସର୍ବେକ୍ଷଣର ରେକର୍ଡ ଖୋଜି ବ୍ରିଟିଶ ପୂର୍ବ-ଭାରତୀୟ ଇତିହାସର ଏକ ଲୁକ୍କାୟିତ ଦିଗ ଆଣିବା ପାଇଁ ଐତିହାସିକ ଧରମପାଲ କାର୍ଯ୍ୟ କରିଛନ୍ତି  । ସାମ୍ପ୍ରତିକ ଇତିହାସ ଲେଖାରେ ଏହା ଭାରତୀୟ ଦୃଷ୍ଟିକୋଣ ପ୍ରତିଷ୍ଠା କରିବା ପାଇଁ ବ୍ୟବହୃତ ହେବା ଉଚିତ୍  । ବିଶେଷକରି ଏହା ସମ୍ପୂର୍ଣ୍ଣ ତଥ୍ୟ ଉପରେ ଆଧାରିତ  । ଧର୍ମପାଲ ବ୍ୟବହାର କରିଥିବା ଏହି ସମସ୍ତ ଆକଳନ କୈାଣସି ଭାରତୀୟଙ୍କ ଦ୍ୱାରା ସଂଗୃହୀତ ହୋଇନାହିଁ, କିନ୍ତୁ ବ୍ରିଟିଶ ରେକର୍ଡରୁ ନିଆଯାଇଛି  ।  ବ୍ରିଟିଶମାନେ ସେମାନଙ୍କର ନ୍ୟସ୍ତ ସ୍ୱାର୍ଥ ହେତୁ ସେହି ସମୟରେ ଏହି ପରିସଂଖ୍ୟାନକୁ ସାର୍ବଜନୀନ କରିନଥିଲେ  । କିନ୍ତୁ ସେମାନଙ୍କୁ ପ୍ରଶଂସା କରାଯିବା ଉଚିତ୍ ଯେ ଯଦିଓ ସେମାନେ ସେହି ଆକଳନ ଆଧାରରେ ଭାରତୀୟ ସମାଜକୁ ଦାସ କରିବା ପାଇଁ ଯୋଜନା କରିଥିଲେ ମଧ୍ୟ ତଥାପି ସେମାନେ ତଥ୍ୟକୁ ଜୀବନ୍ତ ରଖିବା ପାଇଁ କାର୍ଯ୍ୟ କରିଥିଲେ  । ଭାରତ ଦେଖିବାର ପ୍ରୟାସ ଜେମ୍ସ ମିଲ ଦ୍ୱାରା କରାଯାଇଥିଲା  । ସେ ‘ବ୍ରିଟିଶ- ଇଣ୍ଡିଆ (ଭାରତ)ର ଇତିହାସ' ନାମକ ଏକ ପୁସ୍ତକ ଲେଖିଥିଲେ ଯାହା ୧୮୨୦ ପରେ ଭାରତକୁ ଆସିଥିବା ପ୍ରତ୍ୟେକ ବ୍ରିଟିଶ ଅଧିକାରୀଙ୍କୁ ପଠାଯାଇଥିଲା  । ତାଙ୍କ ଅନୁଯାୟୀ, ଉଚ୍ଚ ସଭ୍ୟତାର ସଫଳତା ହେଉଛି ସାମରିକ ସଭ୍ୟତା  । ଏହି ଦୃଷ୍ଟିକୋଣରୁ, ଭାରତ ମହିଳାମାନଙ୍କ ପରି ବହୁତ ଦୁର୍ବଳ, ତେଣୁ ଏହା ସଭ୍ୟତାର ମାପକାଠିରେ ଏକ ନିମ୍ନ ସ୍ତରରେ ଅଛି  । 
ସମ୍ପ୍ରତି ପରିବର୍ତ୍ତିତ ଭାରତୀୟ ରାଜନୀତି ଓ ସାଂସ୍କୃତିକ ନବଜାଗରଣ ପରେ ଇତିହାସର ପୁନର୍ଲିଖନ ପ୍ରସଙ୍ଗକୁ ବିିଭିନ୍ନ ମହଲରୁ ଉଚ୍ଚ ସ୍ୱରରେ ଉଠାଯାଉଛି । କେବଳ ସମୟ କହିବ ଐତିହାସିକମାନେ କେତେ ନିରପେକ୍ଷ ଭାବରେ ଲେଖି ପାରିବେ  । କାରଣ ସେମାନଙ୍କ ମନରେ ହିନ୍ଦୁ ସଂସ୍କୃତି ସହିତ ଜଡିତ ସମସ୍ତ ବିଷୟ ଭଲ ଅଟେ  । ଯେ କୈାଣସି ସମାଜରେ ଉଭୟ ଭଲ ଓ ମନ୍ଦ ବିଦ୍ୟମାନ  । କିନ୍ତୁ ବାମପନ୍ଥୀ ଐତିହାସିକମାନଙ୍କ ପରି ହିନ୍ଦୁସାମ୍ରାଜ୍ୟ,ରାଜା,ମହାରାଜା,ସମ୍ରାଟମାନଙ୍କ ରାଜତ୍ୱ କାଳର ବାସ୍ତବତାକୁ ଉଦେ୍ଦଶ୍ୟମୂଳକଭାବେ ନୂ୍ୟନ ଓ ଗୌଣ ନକରି ଐତିହାସିକମାନେ ତଥ୍ୟଭିତ୍ତିକ ପ୍ରାମାଣିକ  ବର୍ଣ୍ଣନା କରିବା ଉଚିତ୍  । ତ୍ରୁଟି ଲୁଚାଇବା ଓ ଅତ୍ୟଧିକ ଗୁଣକୁ ଲୁଚାଇବା ପାଇଁ ମନୁଷ୍ୟର ପ୍ରବୃତ୍ତିକୁ ଏଡ଼ାଇବା ଆବଶ୍ୟକ  । ପୂର୍ବ  ଐତିହାସିକମାନଙ୍କ ସାହାଯ୍ୟ ନନେଇ ଇତିହାସର କୈାଣସି ପୁନଃ ଲିଖନ ସମ୍ଭବ ନୁହେଁ, ବରଂ ଏହିପରି ସାହାଯ୍ୟ ଅପରିହାର୍ଯ୍ୟ  । ତ୍ରୁଟି ହଟାଇବା ଓ ନ୍ୟସ୍ତ ସ୍ୱାର୍ଥ ହେତୁ ପ୍ରସ୍ତାବର ବିଶ୍ଳେଷଣ ତଥା ବ୍ୟାଖ୍ୟାରେ ତ୍ରୁଟି ସଂଶୋଧନ କରିବାର ଅଧିକ ଆବଶ୍ୟକତା ଅଛି  । ଇତିହାସର ଯେ କୈାଣସି ପରିବର୍ତ୍ତନ କେବଳ ପ୍ରାମାଣିକତା ଆଧାରରେ କରାଯିବା ଉଚିତ୍ , ଯାହା ଦ୍ୱାରା ଏହା ପଣ୍ଡିତ ବିଜ୍ଞ, ଶିକ୍ଷିତ ସମାଜରେ ସର୍ବଭାରତୀୟ ସ୍ତରରେ ଗ୍ରହଣ କରାଯାଇପାରିବା ସହ ସ୍ୱୀକୃତି ମଧ୍ୟ ପାଇପାରିବ  । 
ମୁସଲମାନ ଆକ୍ରମଣକାରୀଙ୍କ ଦ୍ୱାରା କରାଯାଇଥିବା ମୁଖ୍ୟ ଅପରାଧ ହେଉଛି ଭାରତୀୟ ଲାଇବ୍ରେରୀଗୁଡ଼ିକୁ ନଷ୍ଟ କରି ଜ୍ଞାନର ଭଣ୍ଡାର ଘର ନଷ୍ଟ କରିବା  ।  ବ୍ରିଟିଶମାନେ ଅଧିକ ଚତୁରତାର ସହ କାର୍ଯ୍ୟ କରିଥିଲେ  । ସେମାନେ ଭାରତୀୟ ସମାଜର ଦୁର୍ବଳତା ଓ ଶକ୍ତିକୁ ବୁଝିଥିଲେ  । ଯାହା ଫଳରେ ଏହାକୁ ନିଜ ସ୍ୱାର୍ଥରେ ବ୍ୟବହାର କରିଥିଲେ  । ସେମାନେ ଏପରି ଆଲୋଚନା ବ୍ୟାଖ୍ୟା ଓ ନୀତି ପ୍ରସ୍ତୁତ କରିଥିଲେ ଯେ ଭାରତର ଦୁର୍ବଳତା ବୃଦ୍ଧି ପାଇଥିଲା ଓ  ଶକ୍ତି କମିଗଲା  । ଉଦାହରଣ ସ୍ୱରୂପ, ଭାରତୀୟ ସମ୍ପ୍ରଦାୟ ବ୍ୟବସ୍ଥା ଭାଙ୍ଗିବା, ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବା, କୁଟୀର ଶିଳ୍ପକୁ ନଷ୍ଟ କରିବା ଇତ୍ୟାଦି  । ଦେଖିବାକୁ ଗଲେ କୈାଣସି ରାଷ୍ଟ୍ର ଆତ୍ମ ସମ୍ମାନ ଛାଡି ଆଗକୁ ବଢି ପାରିବେ ନାହିଁ  । ଆତ୍ମ ସମ୍ମାନକୁ ବଜାୟ ରଖିବା ପାଇଁ ଇତିହାସ ଏକ ମାଧ୍ୟମ  । ଏପରିକି କାହାର ଅଭାବ ଓ ଶକ୍ତିକୁ ବିଚାର କରି ରାସ୍ତା ବାଛିବାରେ ଏକ ମାର୍ଗଦର୍ଶକ  । ଏହି ଦୃଷ୍ଟିକୋଣରୁ  ଇତିହାସକୁ ସତ୍ୟତା ଉପରେ ଲେଖାଯିବା ଉଚିତ୍  । ଯାହା ଦ୍ୱାରା ଇତିହାସର ଭୁଲଗୁଡିକ ପୁନରାବୃତ୍ତି ନହୁଏ  । ଯେଭଳି ତାହା ରାଷ୍ଟ୍ରୀୟ ଉନ୍ନତିରେ ଜୋରଦାର କାର୍ଯ୍ୟ ତୁଲାଇପାରିବ...!!! 

ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ : ୯୦୪୦  ୧୫୧୪ ୭୫