ମୁଖୁରାରେ ଲୋକାଭିମୁଖୀ ପ୍ରକଳ୍ପର ଶିଳାନ୍ୟାସ

 ବାଲେଶ୍ୱର: ରେମୁଣା ନିର୍ବାଚନମଣ୍ଡଳୀ ଅଧିନସ୍ଥ ମୁଖୁରା ଗ୍ରାମପଞ୍ଚାୟତର ବଡୁଆ ଗ୍ରାମରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶୁଭ ଶିଳାନ୍ୟାସ ହୋଇଥିଲା । କେନ୍ଦ୍ର ସରକାରଙ୍କ ଆଦର୍ଶ ଗ୍ରାମ ଯୋଜନାର ମାନ୍ୟତା ପାଇବା ପରେ ଗ୍ରାମରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସଙ୍କ କରକମଳରେ ବିଭିନ୍ନ ପ୍ରକଳ୍ପର ଶୁଭ ଶୀଳାନ୍ୟାସ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ମଳୟ କୁମାର ବିଶ୍ୱାଳ,କୃଷ୍ଣ ଚନ୍ଦ୍ର ସାହା, ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ଚନ୍ଦ୍ରବିନ୍ଦୁ ଦାସ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ, ୱାର୍ଡ ମେମ୍ବର ମାଳତୀ ମଲ୍ଲିକ, ଅଶୋକ ସିଂ, ରଘୁନାଥ ପରିଡ଼ା, ରତିକାନ୍ତ ମଳିକ ସହ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।
‘ଏକାଠି ୮୯’ର  ସାରସ୍ୱତ ବନ୍ଧୁମିଳନ 
ାା ପ୍ରଭାନୁ୍ୟଜ ।ା ବେତନଟୀ,୬ା୧: ବେତନଟୀ ଠାରେ ଥିବା ଏକାଠି-୮୯ ସଭାଗୃହରେ ଏକାଠି-୮୯ର ୧୪ତମ ସାରସ୍ୱତ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମନ୍ମୟ ଦାସଙ୍କ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ବଡସାହି ବିଧାୟକ ସନାତନ ବିଜୁଳି ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ମନ୍ମଥ କୁମାର ଦାସ ଏବଂ ବିକାଶ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରଞ୍ଜନ ବଳବନ୍ତରାୟ, ମାଧବ ପ୍ରସାଦ ମଢୁଆଳ, ନବ କୁମାର ବେହେରା, ସରୋଜ ଭୁୟାଁ, ମହେଶ ଖଣ୍ଡେଲୱାଲ, ପ୍ରବୀର ଗିରି, ହରିଶ୍ ଗିରି, ବିପ୍ଳବ ନାୟକ, ପ୍ରବୀର ବାରିକ, ରାକେଶ ଖଣ୍ଡେଲୱାଲ, ହଳଧର ମହାନ୍ତ, ଜୀବନ ମହାନ୍ତି, ପ୍ରଦୀପ ପାତ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ବେତନଟୀରେ ଗୋଟିଏ ସୁନ୍ଦର ପାର୍କ ନିର୍ମାଣ ପାଇଁ ବିଧାୟକଙ୍କୁ ପ୍ରସ୍ତାବ ଦେଇଥିଲେ ଏକାଠି-୮୯ର ସମସ୍ତ ସଦସ୍ୟଗଣ । ପରିଶେଷରେ ସମ୍ପାଦକ ତପନ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ବେତନଟୀ ଡାକ୍ତରଖାନାରେ ରୋଗୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।