ଅବସରପ୍ରାପ୍ତ ଏୟାରଫୋର୍ସ କର୍ମଚାରୀଙ୍କ ମୃତୁ୍ୟ
ନୀଳଗିରି : ନୀଳଗିରି ଅଞ୍ଚଳର ଅବସରପ୍ରାପ୍ତ ଏୟାରଫୋର୍ସ କର୍ମଚାରୀ ଭାସ୍କର ଚନ୍ଦ୍ର ପଟ୍ଟନାୟକ(୭୫) ଙ୍କ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ହୋଇଛି । ଖବର ପ୍ରଚାରିତ ପରେ ପରିବାର ସମେତ ନୀଳଗିରି ଓ ବରହମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶିକ୍ଷାସମାପ୍ତ ପରେ ଏୟାର ଫୋର୍ସରେ ଚାକିରୀ କରିବା ସମୟରେ ନିଜକୁ ସମାଜସେବା କ୍ଷେତ୍ରରେ ସାମିଲ କରିଥିଲେ । ଅବସର ପରେ ନୀଳଗିରି ଅଞ୍ଚଳରେ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ହଠାତ୍ ଗତ ୧୮ତାରିଖ ଦିନ ଅସୁସ୍ଥ ହେବାରୁ ପରିବାର ଲୋକେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ହୋଇଛି । ମୃତୁ୍ୟଶଯ୍ୟା ନିକଟରେ ସ୍ତ୍ରୀ ସାଇବାଲିନ, ପୁତ୍ର ଆଶିଷ, ପୁତ୍ରବଧୂ ଅଭିଷିକା ନାତି ଆୟନଆରିୟନ, ଝିଅ ମୋନାଲିସା, ଜୁଇଁ ନେତ୍ରାନନ୍ଦ, ଭାଇ ସୁଧାକରଚନ୍ଦ୍ର ପଟ୍ଟନାୟକ, ଦିବାକର ପଟ୍ଟନାୟକ, ଭଣଜା, ପୁତୁରା, ଝିଆରୀ ଓ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷ ଲକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ, ତାଙ୍କର ଏକମାତ୍ର ପୁଅ ମୁଖାଗ୍ନି ଦେଇଛନ୍ତି ।