ମହିଳାଙ୍କୁ ଅସଦାଚରଣ ନେଇ ଥାନାରେ ମାମଲା
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଗୁଡିଖୁଳା ଗ୍ରାମର ସଲାମା ମାଝୀ (୪୦)ଗତ ଜାନୁଆରୀ ୨୩ତାରିଖ ସନ୍ଧ୍ୟା ୭ଟା ବେଳେ ସ୍ଥାନୀୟ ବଜାରରୁ ଘରକୁ ସ୍ୱାମୀ ଜୟରାମ ମାଝୀଙ୍କ ସହ ଫେରୁଥିବା ବେଳେ ଗୁଡିଖୁଳା ଗାଁର ଭୁଟା ମାଝୀଙ୍କ ପୁଅ ଚନ୍ଦନ(୧୯) ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ପରଦିନ ଘରେ କେହି ନଥିବାର ସୁଯୋଗ ନେଇ ଚନ୍ଦନ ସଲମା ମାଝୀଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ନେଇ ଉଦ୍ୟମ କରିଥିଲେ । ଘଟଣା ବିଷୟରେ ଚନ୍ଦନ ମାଝୀଙ୍କୁ ପଚାରିବାରୁ ଓଲଟି ମାଡ଼ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଥାନାରେ ଅଭିଯୋଗ କଲେ ସ୍ତ୍ରୀ ସଲମା ମାଝୀର ଇଜ୍ଜତ ନେବେ ବୋଲି ଚନ୍ଦନ ମାଝୀ ଧମକ ଦେଇଥିଲେ । ଏ ନେଇ ନୀଳଗିରି ଥାନାରେ ସଲମା ମାଝୀ ଲିଖିତ ଅଭିଯୋଗ କରିବା ପରେ, ଈଶ୍ୱରପୁର ଫାଣ୍ଡି ଅଧିକାରୀ ଖଗେନ୍ଦ୍ର ମହାଳିକ ଘଟଣାସ୍ଥଳେ ପହଂଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।