ମୁଖ୍ୟ ସଚିବ ଦାୟିତ୍ୱ ନେଲେ ଅନୁ ଗର୍ଗ

ମୁଖ୍ୟ ସଚିବ ଦାୟିତ୍ୱ ନେଲେ ଅନୁ ଗର୍ଗ
  • ପ୍ରଶାସନିକ ଇତିହାସରେ ନୂଆ ଅଧ୍ୟାୟ

  • ସ୍ୱପ୍ନର ଓଡ଼ିଶା ଗଠନ ଲକ୍ଷ୍ୟ : ଅନୁ

  • ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

  • ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟ ସଚିବ

ଭୁବନେଶ୍ୱର : ରାଜ୍ୟର ପ୍ରଶାସନିକ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟିହୋଇଛି । ପ୍ରଥମ ମହିଳା ମୁଖ୍ୟସଚିବ ଭାବେ ଦାୟିତ୍ୱ ନେଇଛନ୍ତି ଅନୁ ଗର୍ଗ। ବିଦାୟୀ ମୁଖ୍ୟସଚିବ ମନୋଜ ଆହୁଜାଙ୍କ ଠାରୁ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସ୍ୱପ୍ନର ଓଡ଼ିଶା ଗଠନ ତାଙ୍କର ଲକ୍ଷ୍ୟ ବୋଲି ଅନୁ କହିଛନ୍ତି । ଏହା ସହ ଓଡ଼ିଶା-୨୦୩୬ ଭିଜନ ଡକ୍ୟୁମେଣ୍ଟକୁ କାର୍ଯ୍ୟକାରୀ କରିବ। ୨୦୪୭ରେ ଦେଶ କିପରି ଲକ୍ଷ୍ୟ ପଥରେ ପହଞ୍ଚବ କାର୍ଯ୍ୟକରିବୁ । ସ୍ୱପ୍ନର ଓଡ଼ିଶା ଗଠନ କରିବା ପାଇଁ ସମସ୍ତେ ମିଶି କାମ କରିବା । ଆଗାମୀ ଦିନରେ ବହୁତ ଚ୍ୟାଲେଞ୍ଜ ରହିଛି, ସମାଧାନ କରିବା । ଇଜ ଅଫ ଡୁଇଙ୍ଗ ବିଜିନେସକୁ ଗୁରୁତ୍ୱ ଦିଆଯିବ। ମୋ ପାଇଁ ଏହା ବଡ଼ ଦାୟିତ୍ୱ, ସୁଯୋଗ ରହିଛି ବୋଲି ନୂଆ ମୁଖ୍ୟ ସଚିବ କହିଛନ୍ତି ।


   ତାଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟର ସିଭିଲ୍‌ ସର୍ଭିସ ନେତୃତ୍ୱ ନେବାରେ ପ୍ରଥମ ମହିଳା ଅନୁ ଗର୍ଗ । ତାଙ୍କର ନିଯୁକ୍ତି ଐତିହାସିକ ମାଇଲଖୁଣ୍ଟ ଯାହା ଉକ୍ରର୍ଷତା ଓ ସଶକ୍ତିକରଣର ପ୍ରତୀକ । ତାଙ୍କର ବିଶାଳ ଅଭିଜ୍ଞତା ଓ ଦୂରଦୃଷ୍ଟି ଓଡ଼ିଶାକୁ ବିକାଶର ନୂଆ ଉଚ୍ଚତାରେ ପହଞ୍ଚାଇବ । ଏହା ସହ ଅବସରପ୍ରାପ୍ତ ମନୋଜ ଆହୁଜାଙ୍କୁ ମଧ୍ୟ କୃତଜ୍ଞତା ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ । ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟ ସଚିବ ଅନୁ ଗର୍ଗ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ଥିଲେ ।