ଇଫକୋ ପ୍ରବନ୍ଧ ନିଦେ୍ର୍ଦଶକଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ବିଶ୍ୱର ସର୍ବବୃହତ୍ତମ ସମବାୟ ସଂସ୍ଥା ଇଫକୋର ପ୍ରବନ୍ଧ ନିଦେ୍ର୍ଦଶକ ଉଦୟ ଶଙ୍କର ଅୱସ୍ଥି ତିନି ଦିନିଆ ଓଡ଼ିଶା ଗ୍ରସ୍ତରେ ଆସି ୭୮ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପାରାଦ୍ୱୀପ ୟୁନିଟ୍କୁ ଆସିଥିଲେ । ପାରାଦୀପ ୟୁନିଟ୍ ଗସ୍ତ ସମୟରେ ଇଫକୋର ପ୍ରବନ୍ଧ ନିଦେ୍ର୍ଦଶକ ଉଦୟ ଶଙ୍କର ଅୱସ୍ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ସୌଜନମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ଇଫକୋ ପାରାଦୀପ ୟୁନିଟ୍ର ନିଦେ୍ର୍ଦଶକ କେଜେ ପଟେଲ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାଚକ୍ରରେ ଅୱସ୍ଥି ଇଫକୋ ସାର କାରଖାନାର କୃଷି କ୍ଷେତ୍ରରେ ଅବଦାନ ଉପରେ ଗୁରୁତ୍ୱାରୋପ କରି ଇଫକୋ ନାନୋ ତରଳ ସାର, ଡିଏପି ଓ ୟୁରିଆ ସାର ଉତ୍ପାଦନ ଉପରେ ଧ୍ୟାନ ଦେଇଥିଲେ । ସେ ଭାରତର ଖାଦ୍ୟ ନିରାପତ୍ତାରେ ପାରାଦୀପ ୟୁନିଟ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସହ ଅୱସ୍ଥିଙ୍କ ବୈଠକରେ ଇଫକୋର ନୂତନ ପୁଞ୍ଜି ବିନିଯୋଗ ଓ ଓଡ଼ିଶାରେ ଚାଲିଥିବା ପ୍ରକଳ୍ପ ସହିତ ପାରାଦୀପରେ ସଲଫୁରିକ୍ ଏସିଡ୍ ପ୍ଲାଣ୍ଟ, ନାନୋ ଫର୍ଟିଲାଇଜର ପ୍ଲାଣ୍ଟ ଏବଂ ନଦୀ ଭିତ୍ତିକ ବନ୍ଦର ଜେଟି ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି । କଟକ ଓ ପାରାଦୀପ ମଧ୍ୟରେ ଯାତାୟାତ ସୁବିଧା ସୁଦୃଢ଼ କରିବା ପାଇଁ ସେ ଏକ ନୂତନ ମେଟ୍ରୋ ରେଳର ବିକାଶ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଏଥିସହ ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନଙ୍କ ସ୍ୱାସ୍ଥ୍ୟ ସେବା ବୃଦ୍ଧି ପାଇଁ ପାରାଦୀପରେ ଏକ ଆଧୁନିକ ଡାକ୍ତରଖାନା ତଥା ସୁପର ସ୍ପେସିଆଲିଟି ହସ୍ପିଟାଲର ପ୍ରତିଷ୍ଠା ସହ ଶିଳ୍ପାନୁଷ୍ଠାନର ଆର୍ଥିକ ଅନୁଦାନ ପ୍ରାପ୍ତ ତଥା ପରିଚାଳିତ ହେଉଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନଙ୍କୁ ନିୟୋଜିତ କରିବା ପ୍ରମୁଖ ବିଷୟ ଉପରେ ଆଲୋଚନା କରିଥିଲେ ।
ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସହ ତାଙ୍କର ସାକ୍ଷାତକାରରେ ଡ ଅୱସ୍ଥି ଅଭିନନ୍ଦନ ଜଣାଇବା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଇଫକୋ ପାରାଦୀପ ୟୁନିଟ୍ରେ ଚାଲିଥିବା ପ୍ରକଳ୍ପ ଓ ଶିଳ୍ପ ଅନୁଦାନ ପ୍ରାପ୍ତ ସୁପର ସ୍ପେସିଆଲିଟି ହସ୍ପିଟାଲ ଓ ପ୍ରସ୍ତାବିତ ନୂତନ ମେଟ୍ରୋ ରେଳ ପ୍ରକଳ୍ପ ପରି ଅଞ୍ଚଳବାସୀଙ୍କ ପାଇଁ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ଏହି ପଦକ୍ଷେପଗୁଡ଼ିକ ନିଶ୍ଚିତ କରିବାକୁ ପ୍ରତିଦ୍ଧତା ସହିତ ସମାନ ସାର ଉପଲବ୍ଧତା ଓ ଦେଶର ବିକାଶରେ ଯୋଗଦାନ ସହିତ ଦେଶରେ କୃଷକଙ୍କ ସଶକ୍ତିକରଣ ମାଧ୍ୟମରେ ଇଫକୋ ତାର ଜାତୀୟ ପ୍ରଗତିରେ ଉସôର୍ଗୀକୃତ ବୋଲି ଦର୍ଶାଇଥିଲେ । ଯାହାକି ଜନମାନସରେ ଇଫକୋ ତାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଅନ୍ୟ ଶିଳ୍ପାନୁଷ୍ଠାନମାନଙ୍କ ପ୍ରତି ଏକ ବିରଳ ଉଦାହରଣ ପାଲଟିଛି ।