ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କୁ କୃତଜ୍ଞତା

 କେନ୍ଦୁଝର : ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବସନ୍ତପୁର ଉଚ୍ଚବିଦ୍ୟାଳୟକୁ ଉନ୍ନୀତ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯାଇଛି । ଚଳିତ ବର୍ଷ ଠାରୁ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨୮ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢିବାକୁ ସୁଯୋଗ ପାଇବେ  । ଏ ନେଇ ବିଭାଗ ତରଫରୁ ପଦକ୍ଷେପ ନିଆଯାଇଛି  ।  ଏହି ଉଚ୍ଚ ବିଦ୍ୟାଳୟକୁ ଉନ୍ନିତ କରିବା ପାଇଁ ମୁଖ୍ୟମନ୍ତ୍ରୀ,ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଦାବି କରି ଆସୁଥିଲେ  । ଏ ନେଇ ମନ୍ତ୍ରୀଙ୍କ ଠାରୁ ବିଭାଗକୁ  କ ଚିଠି କରାଯାଇଥିଲା । ବିଳମ୍ବ ହେବାରୁ ଗତ କାଲି ସାଂସଦ ଶ୍ରୀ ନାୟକ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଆଜି ସାମସରେ ନାମ ସଂଯୋଗ ପାଇଁ ବିଭାଗ ତରଫରୁ ଏକ ଚିଠି କରାଯାଇଛି । ଏହି ଉନ୍ନିତ ପରେ ସାଂସଦ ଅନନ୍ତ ନାୟକ ବିଭାଗୀୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।