ଦିନ ଦ୍ୱିପହରରେ ମହିଳାଙ୍କ ଠାରୁ ସୁନା ଚେନ ଲୁଟ
କେନ୍ଦୁଝର: କାଲି ଦିନ ଠିକ୍ ୧ଟା ୪୭ରେ ଦୁଇ ଜଣ ଲୁଟେରା ଆସି ଜଣେ ମହିଳାଙ୍କ ବେକରୁ ସୁନା ଚେନ ଟାଣି ନେଇ ଫେରାର ହେଇ ଯାଇଛନ୍ତି । ପୁଲିସ ଆଜି ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛି ଜଣେ ଦୋକାନୀ ପାଖରୁ ସିସିଟିଭି ଫୁଟେଜ ନେଇଛି । ଠିକ୍ ଏସପି ଅଫିସ୍ ପଛରେ ଥିବା ପିଡବ୍ଲୁ୍ୟଡି ଅଫିସ୍ ସାମ୍ନାରେ ଏହି ଲୁଟ ହୋଇଛି । ଅବଶ୍ୟ ଆଗରେ ବହୁତ ସିସିଟିଭି କ୍ୟାମେରା ଲୋକେ ନିଜ ଦୋକାନ ସାମ୍ନାରେ ଲଗାଇଛନ୍ତି । କଲେଜ ଛକ ଆଡ଼େ ଏହି ଦୁଇ ଲୁଟେରା ଲୁଟ ପରେ ବାଇକରେ ଛୁ ମାରିଥିଲେ । ସ୍ଥାନୀୟ ଲୋକେ ଧରିବାକୁ ଦୌଡାଇ ଥିଲେ ମଧ୍ୟ ଲୁଟେରା ଖସି ଯାଇଥିଲେ । ପଛରେ ଆଉ ଏକ ବାଇକରେ ୨ ଯୁବକ ଥିଲେ ସେମାନେ ବୋଧେ ଲୁଟେରାଙ୍କ ସାଥୀ ହୋଇପାରନ୍ତି ଅନୁମାନ କରାଯାଉଛି । ଏହି ଘଟଣା ପରେ ମହିଳା ଜଣକ ଏତଲା ଦେଇଛନ୍ତି ପୁଲିସ ଅଧିକ ତଦନ୍ତ କରୁଛି । ଏସପି ଅଫିସ୍ ପାଖେ ଦିନରେ ବଜାର ଉପରେ ଏହି ଘଟଣା ଘଟି ଥିବାରୁ ପୁଲିସ ଲାଗି ଏକ ଶକ୍ତ ଚାଲେଞ୍ଜ ସୃଷ୍ଟି କରିଛି । ଆଗକୁ ସହରର ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରି ଅପରାଧୀଙ୍କୁ ପୁଲିସ ଧରିବ ବୋଲି ସାଧାରଣ ଲୋକେ ଆଶା ପୋଷଣ କରିଛନ୍ତି ।