ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଣ୍ଟ୍ରାକ୍ଟର ସଂଘ
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ଓଡିଶା କଣ୍ଟ୍ରାକ୍ଟର ୱେଲଫେୟାର ଆସୋସିଏସନର ସଭାପତି ଜଗଦୀଶ ପାତ୍ର, ଯୁଗ୍ମ ସମ୍ପାଦକ ରବି ନାରାୟଣ ମହାପାତ୍ର ଏବଂ ଅଂଶୁଲ ପଟେଲଙ୍କ ନେତୃତ୍ୱରେ ଓଡିଶା କଣ୍ଟ୍ରାକ୍ଟର ୱେଲଫେୟାର ଆସୋସିଏସନ (ଏଓସିଡବ୍ଲୁଏ)ର ସଦସ୍ୟଗଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କୁ ଓଡ଼ିଶା ଭିତ୍ତିଭୂମି କନକ୍ଲେଭ (ଓଆଇସି )ର ଦ୍ୱିତୀୟ ସଂସ୍କରଣରେ ଅତିଥି ଭାବେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ କରିଛନ୍ତି । ଏହି ସମ୍ମାନଜନକ କାର୍ଯ୍ୟକ୍ରମ ୨୪ ସେପ୍ଟେମ୍ବର ୨୦୨୪ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ । ଏହି ଅବସରରେ ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ରାଜ୍ୟର ଅଭିବୃଦ୍ଧି ତଥା ବିକାଶରେ ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଆଲୋଚନା ଏବଂ ବିଚାର କରିବା ପାଇଁ ଓଡିଶା ଭିତ୍ତିଭୂମି କନକ୍ଲେଭ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବରେ ପରିଗଣିତ । ଏହି ଗୁରୁତ୍ୱ ପୂର୍ଣ୍ଣ କ୍ଷେତ୍ର ମଧ୍ୟରେ ସମସ୍ତ ହିତାଧିକାରୀଙ୍କ ଭୂମିକା ଏବଂ ଦାଇତ୍ୱକୁ ଲୋକଲୋଚନକୁ ଆଣିବା ଏବଂ ରାଷ୍ଟ୍ର ନିର୍ମାଣରେ ନିଜର ପ୍ରତିବଦ୍ଧତାକୁ ଦୋହରାଇବା ହେଉଛି ଆମର ମୁଖ୍ୟ ଉଦେ୍ଦଶ୍ୟ ।