ମୁଗ୍ଧା କାଲରାଙ୍କ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର: ଏପ୍ରିଲ ମାସକୁ ଅଟିଜିମ ସଚେତନତା ଓ ଗ୍ରହଣୀୟ ମାସ ଭାବେ ପାଳନ କରାଯାଉଛି । ଏଥିପାଇଁ ଅର୍ନ୍ତଭୁକ୍ତୀକରଣ ନୀତି, ଆଗୁଆ ହସ୍ତକ୍ଷେପ ଓ ଯନô ନେଉଥିବା ଲୋକଙ୍କ କଲ୍ୟାଣ ଉପରେ ଅଧିକ ଦୃଷ୍ଟି ଦେବାର ସମୟ ଆସିଛି । ଅଟିଜିମ ସୋସାଇଟି ଅଫ ଆମେରିକା ପକ୍ଷରୁ ଏପ୍ରିଲ ୨କୁ ବିଶ୍ୱ ଅଟିଜିମ ସଚେତନତା ଦିବସ ଭାବେପାଳନ କରାଯାଉଛି । ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ଭିନ୍ନତାର ଉତ୍ସବ ପାଳନ’ । ନୁ୍ୟରୋ ବିବିଧତାକୁ ଗ୍ରହଣ କରିବା ଏବଂ ଘର, ସ୍କୁଲ କାର୍ଯ୍ୟକ୍ଷେତ୍ର ଓ ଗୋଷ୍ଠୀରେ ଏକ ଅନ୍ତର୍ଭୁକ୍ତୀକରଣ ବ୍ୟବସ୍ଥା ବିକାଶ କରିବାକୁ ପ୍ରୋତ୍ସାହିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ମୁଗ୍ଧା କାଲରାଙ୍କ ପୁସ୍ତକ ‘ଆଇ ସି ୟୁ, ଆଇ ଗେଟ ୟୁ ଦି ସେଲଫ କେୟାର ଗାଇଡ ଫର ସ୍ପେସିଆଲ ନିଡସ ପ୍ୟାରେଣ୍ଟସ’ ବେଶ୍ ଗୁରୁତ୍ୱ ବହନ କରୁଛି । ଏହା ଏକ ଅତ୍ୟାବ୍ୟକ ସମ୍ବଳ ଭାବେ ଉଭା ହୋଇଛି । ବେଙ୍ଗାଲୁରୁରେ ଅନୁଷ୍ଠିତ ଇନକ୍ଲୁଜନ ସମିଟ ଓ ଇଣ୍ଡିଆନ ନୁ୍ୟରୋଡାଇଭରସିଟି ସମିଟରେ ଏହି ପୁସ୍ତକ ଉନ୍ମୋଚନ କରାଯାଇଛି । ଏହା ପରିବାର, ଶିକ୍ଷକ ଓ କର୍ମଚାରୀମାନଙ୍କ ଲାଗି ଏକ ସମୟୋପଯୋଗୀ ସାଥୀରେ ପରିଣତ ହୋଇଛି । ଭାରତରେ ନୁ୍ୟରୋଡାଇଭରସିଟିର ଶିକାର ହୋଇଥିବା ପିଲାଙ୍କ ଅଭିଭାବକମାନେ କିଭଳି ଆବେଗିକ, ଆର୍ଥôକ ଓ ସାମାଜିକ ଆହ୍ୱାନକୁ ସାମ୍ନା କରିଥାନ୍ତି । ସେ ବିଷୟରେ ପୁସ୍ତକରେ ସିଧାସଳଖ ଆଲୋଚନା କରାଯାଇଛି । ବିବିସି ୧୦୦ ଓମେନ ୨୦୨୧ ସମ୍ମାନ ପାଇଥିବା ସାମ୍ବାଦିକା ହେଉଛନ୍ତି ମୁଗ୍ଧା କାଲରା । ସେ ନଟ ଦାଟ ଡିଫରେଂଟର ସହ ପ୍ରତିଷ୍ଠାତା ମଧ୍ୟ । ଏହି ଅବସରରେ ମୁଗ୍ଧା କହିଛନ୍ତି ଯେ, ‘ଯେତେବେଳେ କର୍ପୋରେଟମାନେ କେୟାରଗିଭରଙ୍କୁ ନିଯୁକ୍ତି ଦିଅନ୍ତି, ସେମାନେ ସମ୍ପୂର୍ଣ୍ଣ ପରିବାରକୁ ଅଧିକ ସ୍ଥିର ଓ ସନ୍ତୋଷଜନକ ଜୀବନ ବିତାଇବା ଲାଗି ସଶକ୍ତ କରିବ ଏବଂ ଏହି ଧରଣର ସହଯୋଗ ଦିବ୍ୟାଙ୍ଗ ଗୋଷ୍ଠୀରେ ଚିନ୍ତା ଦୂର କରିବା, ବିଶ୍ୱାସ ବଢ଼ାଇବ ଓ ସ୍ୱଧୀନତା ପ୍ରଦାନ କରିବ । ନିଜ ପୁଅ ଅଟିଜିମର ଶିକାର ହେବା ପରେ ୨୦୧୪ରେ ମୁଗ୍ଧା କାଲରା ଏହାକୁ ନେଇ ସଚେତନତା ଯାତ୍ରା ଆରମ୍ଭ କରିବା ସହ ଭାରତର ପ୍ରଥମ ଶିଶୁ ନେତୃତ୍ୱାଧୀନ ନୁ୍ୟରୋଡାଇଭରସିଟି ଆନେ୍ଦାଳନ ‘ନଟ ଦାଟ ଡିଫରେଂଟ’ ନାମରେ ପ୍ଲାଟଫର୍ମ ସ୍ଥାପନ କରିଥିଲେ ।