ଦହିକୋଟୀ ହାଇସ୍କୁଲର ବାର୍ଷିକୋତ୍ସବ 

 ବେତନଟୀ: ଦହିକୋଟୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଉଦ୍ୟାପିତ ହୋଇଯାଇଛି । ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ଉତ୍ସବରେ ପ୍ରଧାନଶିକ୍ଷୟିତ୍ରୀ ବିଜୟ ଲଷ୍ମୀ ଟିଉ ଅଧ୍ୟକ୍ଷତା କରିଥିଲେ । ଶିକ୍ଷୟିତ୍ରୀ ସରିତା ସାହୁଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ସମାଜସେବୀ ଇ. ସୁଶାନ୍ତ ବଳା, ମୁଖ୍ୟବକ୍ତା ମୟୁରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅରୁଣ କୁମାର ଓତା, ସମ୍ମାନିତଅତିଥି ସିଆରସିସି କାନ୍ଦୁରା ମାଝୀ, ୱାର୍ଡ ସଭ୍ୟା ଶକୁନ୍ତଳା ମହାନ୍ତ, ପରିଚାଳନା କମିଟି ସଦସ୍ୟ ଶରତ ମହାନ୍ତ ପ୍ରମୁଖ ଯୋଗଦାନ କରିଥିଲେ । ଅତିଥି ବୃନ୍ଦ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଶ୍ରୀମତୀ ସାହୁ ବେଦ ମନ୍ତ୍ର ଉଚ୍ଚାରଣ କରିବାପରେ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ ହୋଇଥିଲା । ସ୍କୁଲ ପ୍ରତିଷ୍ଠା ସମୟରେ ଯେଉଁ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ ଥିଲା ସେମାନଙ୍କୁ ସ୍ମରଣ କରାଯାଇଥିଲା । ଗୁରୁ ଶିଷ୍ୟଙ୍କ ମଧ୍ୟରେ ଥିବା ଭକ୍ତି ଭାବ କିପରି ଅବକ୍ଷୟ ହେବାରେ ଲାଗିଛି ସେ ସମ୍ପର୍କରେ କେତେକ ତଥ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସୁଲୋଚନା ଓ ସନ୍ତୋଷ ବଳା ମେଧା ଛାତ୍ର ବୃତ୍ତି ପ୍ରଦାନ କରାଯାଇଥିଲା । ଶିକ୍ଷକ/ଶିକ୍ଷିକା ପ୍ରିୟଙ୍କା ସାହୁ, ଶୁଭସ୍ମିତା ବେହେରା, ପଞ୍ଚାନନ ଗଙ୍ଗାଇ, କ୍ଷୀରୋଦ ମହାନ୍ତି, ମମତା ସାମଲ, କଳ୍ପନା ଓତା, ଧ୍ରୁବ ମହାନ୍ତ, ଗଣେଶ୍ୱର ମହାନ୍ତ, ତପସ୍ୱିନୀ ଓଝା, ସତ୍ୟଜିତ ନାୟକ, ବିଳାସିନୀ ସାହୁ, ପ୍ରଦୀପ ମହାନ୍ତ, ଦୀପକ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶ୍ରୀମତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।