ମୁନିରଙ୍କୁ ପଦୋନ୍ନତ



ନୂଆଦିଲ୍ଲୀ: ପାକିସ୍ତାନ୍ ଆର୍ମି ଜେନେରାଲ ଅସୀମ ମୁନିରଙ୍କୁ ପଦୋନ୍ନତି ମିଳିଛି । ତାଙ୍କୁ ସେନା ବାହିନୀର ସର୍ବୋଚ୍ଚ ପଦବୀ ଫିଲ୍ଡ ମାର୍ଶାଲ ଭାବେ ପଦୋନ୍ନତି ଦିଆଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା କୁହାଯାଇଛି । ପାକ୍ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଆଜି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା  । ଭାରତ-ପାକ୍ ସାମରିକ ବିବାଦରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ମୁନିରଙ୍କୁ ଏହି ପଦୋନ୍ନତି ମିଳିଛି ବୋଲି ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ପାକ୍ ବାଜିମାତ୍ କରିଛି ବୋଲି ପ୍ରଚାର କରୁଥିବାବେଳେ ଭାରତ କିନ୍ତୁ ତଥ୍ୟ ପ୍ରମାଣ ସହ ପାକର ମୁହଁ ଭୁରୁଡ଼ି ଭାଙ୍ଗିଦେଇଛି । ନିକଟରେ ପାକିସ୍ତାନ ସୁପ୍ରିମକୋର୍ଟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ । ମିଲିଟାରୀ କୋର୍ଟରେ ସାଧାରଣ ନାଗରିକଙ୍କ ବିଚାର ହୋଇପାରିବ ବୋଲି କହିଥିଲେ । ଫଳରେ ଆସିମ୍ ମୁନିର ଏବେ ବେଶ୍ କ୍ଷମତାଶାଳୀ ହୋଇ ଯାଇଛନ୍ତି ।