"ମିଳୁନି ଚିଟ୍ଫଣ୍ଡ କାଗଜପତ୍ର'

 ଭୁବନେଶ୍ୱର : ଚିଟ୍ଫଣ୍ଡ ପ୍ରସଙ୍ଗରେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ  । ସେ କହିଛନ୍ତିଯେ, ଚିଟ୍ଫଣ୍ଡ କାଗଜ ପତ୍ର ମିଳୁନାହିଁ  । ସଂକଳ୍ପ ପତ୍ର ଅନୁଯାୟୀ, ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ହେବ  । ସମସ୍ତ ୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଚିଟଫଣ୍ଡ ଟଙ୍କା ପ୍ରଦାନ କରାଯିବ ବୋଲି କହିଲେ ମନମୋହନ କହିଛନ୍ତି  । ପୂର୍ବ ସରକାରଙ୍କ ଆଡ଼କୁ ପରୋକ୍ଷରେ ଶ୍ରୀ ସାମଲ ଅଙ୍ଗୁଳି ନିଦେ୍ର୍ଦଶ କରିଥିବାବେଳେ ଏହାର ଜବାବ ଦେଇଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ  । ସେ କହିଛନ୍ତିଯେ, କ୍ଷତିଗ୍ରସ୍ତଙ୍କୁ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ କରିବା ବିଜେପି ନିର୍ବାଚନୀ ଇସ୍ତାହାରରେ ଥିଲା  । ହେଲେ ଏବେ ନିଜ କାନ୍ଧରୁ ଜୁଆଳି ଖସାନ୍ତୁ ନାହିଁ  । ସବୁ କଥାରେ ୨୪ ବର୍ଷକୁ ଦୋଷ ହେଲେ ହେବନି  ।  ଯାହା କରିପାରୁଛ ତାକୁ ନେଇ ବାହାବା ନେଉଛ ଆଉ ନକରିପାରିଲେ ୨୪ ବର୍ଷକୁ ଦୋଷ ଦେଉଛ  । ଏବେ ସେମାନେ ସରକାରରେ ।  ଚିଟ୍ଫଣ୍ଡ କାଗଜ ଖୋଜିବା ଦାୟିତ୍ୱ ସରକାରଙ୍କର, ଖୋଜନ୍ତୁ ବୋଲି ଅରୁଣ କହିଛନ୍ତି  । ସେହିପରି ଓବିସି ସଂରକ୍ଷଣ ପ୍ରସଙ୍ଗରେ ମନମୋହନ କହିଛନ୍ତିଯେ, ବିଜେଡ଼ି ନେତାମାନେ ନୀତି ଓ ନୈତିକତା ଭୁଲିଗଲେଣି  । ଆନେ୍ଦାଳନ କରିବାକୁ କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି  । ସେମାନଙ୍କ ଆନେ୍ଦାଳନକୁ ଲୋକ ଗ୍ରହଣ କରିବେ ନାହିଁ  । ସେମାନେ ଆଜି ଯାଏଁ ସଂରକ୍ଷଣ କରିପାରିଲେ ନାହିଁ  । ଲୋକ ଲମ୍ବା ସମୟ ଧରି କଂଗ୍ରେସ ଓ ବିଜେଡ଼ିକୁ ସରକାରରେ ରଖିଲେ, କିନ୍ତୁ କଲେ ନାହିଁ  । ବିରୋଧୀ ଏବେ ପ୍ରତାରଣା ରାଜନୀତି କରୁଛନ୍ତ ବୋଲି ସେ କହିଛନ୍ତି  ।