ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି, ମନ୍ତ୍ରୀ ହେଲେ ପାୱାରଫୁଲ୍‌

odisha cabinet

ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି, ମନ୍ତ୍ରୀ ହେଲେ ପାୱାରଫୁଲ୍‌

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି  । ସଚିବମାନଙ୍କ ପାୱାର କମାଇ ଦିଆଯାଇଛି  । ରାଜ୍ୟ କ୍ୟାବିନେଟ୍‌ ବୈଠକରେ ସଚିବଙ୍କ ପାୱାର ହ୍ରାସ କରାଯାଇ ମନ୍ତ୍ରୀଙ୍କୁ କ୍ଷମତାଶାଳୀ କରାଯାଇଛି  । କ୍ୟାବିନେଟରେ କେଉଁ କେଉଁ ପ୍ରସ୍ତାବ ଉପରେ ଆଲୋଚନା କରାଯିବ ତାହା ୫ ଦିନ ପୂର୍ବରୁ ସ୍ଥିର ହେବ  ।  ସେହିପରି ୩ ଦିନ ପୂର୍ବରୁ ଏଜେଣ୍ଡା ଦିଆଯିବ  । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କ୍ୟାବିନେଟକୁ କୌଣସି ପ୍ରସ୍ତାବ ଆସିବ ନାହିଁ  । ମନ୍ତ୍ରୀମାନଙ୍କୁ ୭୨ ଘଣ୍ଟା ପୂର୍ବରୁ ଏଜେଣ୍ଡା ଦିଆଯିବ  । ସେହିପରି କ୍ୟାବିନେଟ୍‌ ବୈଠକରେ ସଚିବମାନେ ବସିବେ ନାହିଁ  । ସେମାନେ ଅନ୍ୟ ଏକ ରୁମ୍‌ରେ ବସିବେ  । ଆବଶ୍ୟକପଡ଼ିଲେ ତାଙ୍କୁ ଡକାଯିବ  ।