ମୁସଲମାନଙ୍କ ସହ ପ୍ରତାରଣା କରିଛନ୍ତି ଦେବାଶିଷ ସାମନ୍ତରାୟ : ସୋଫିଆ ଫିର୍ଦୋସ

କଟକ : ସୋଫିଆ ଫିର୍ଦୋସଙ୍କ ଟାର୍ଗେଟରେ ଏମ୍ପି ଦେବାଶିଷ ସାମନ୍ତରାୟ । ଓ୍ବକଫ୍ ବିଲ୍ ଭୋଟ୍ ବେଳେ ଓ୍ବାକଆଉଟ୍କୁ ନେଇ ସିଧା ଟାର୍ଗେଟ କରିଛନ୍ତି ସୋଫିଆ । ସେ କହିଛନ୍ତି, ଓ୍ବାକଆଉଟ୍ ଅର୍ଥ ଦେବାଶିଷ ବାବୁ ଭାଜପାକୁ ସମର୍ଥନ କରିଛନ୍ତି। ଗୋଟିଏ ଭୋଟ୍ କମିଲା ଅର୍ଥ ସେମାନଙ୍କ ଓ୍ବେଟେଜ୍ ବଢ଼ିଲା । ବାରବାଟୀ କଟକ ଲୋକେ ତାଙ୍କ ନିଷ୍ପତ୍ତିରେ ଦୁଃଖିତ । ଯଦି ବାରବାଟୀ ଲୋକଙ୍କ ସହ ଭାବାବେଗ ଥାଆନ୍ତା ସେ ନିଶ୍ଚିତ ବିରୋଧ କରିଥାନ୍ତେ। ନିଜକୁ ବଞ୍ଚାଇବା ପାଇଁ ବିରୋଧ ନ କରି ଓ୍ବାକ୍ଆଉଟ୍ କରିଛନ୍ତି । ଭାଜପା ସହ ଡିଲ କରିଛନ୍ତି । ୨୪ ବର୍ଷର ସ୍କାମ ଧୋଇବାକୁ ସବୁକ୍ଷେତ୍ରରେ ସମର୍ଥନ କରିଛନ୍ତି । ଯାହାଦ୍ୱାରା ସେ କଟକର ମୁସଲମାନଙ୍କ ସହ ଲୋକଙ୍କ ସହ ପ୍ରତାରଣା କରିଛନ୍ତି ବୋଲି ସୋଫିଆ ସିଧାସିଧା କହିଛନ୍ତି।