ମୁହଁ ଖୋଲିଲେ ନବୀନ

ସୌମ୍ୟଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାରେ ଆଜି ବିଜଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା । ଏଥିରେ ବିଜେଡିର ହଜାର ହଜାର କର୍ମୀ ଲୋୟର ପିଏମଜି ଠାରେ ସୌମ୍ୟଶ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରିଥିଲେ। ଏହି ସମୟରେ ସେମାନଙ୍କ ଉପରେ ପୋଲିସ ପାଣିମାଡ କରିବାସହ ଲୁହବୁହା ଗ୍ୟାସ ମାନ କରିଥିଲା। ଯେଉଁଥିରେ ବହୁ ବିଜେଡି ନେତା ଓ କର୍ମୀ ଆହତ ହୋଇଥିଲେ। ବିଜେଡିର ବଡ଼ ବଡ଼ ନେତା ବବି, ଡାନି ଓ ସୁଲତା ଦେଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅରୁଣ ସାହୁ ଓ ଅନ୍ୟ ନେତା-କର୍ମୀଙ୍କୁ ପୋଲିସ ଉଠାଇ ନେଇଥିଲା। ବର୍ତ୍ତମାନ ଏହାକୁ ନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟମ। ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡ଼ା ଭାଷା ରେ ନିନ୍ଦା କରିଛନ୍ତି । ଏଭଳି ଅତ୍ୟାଚାରକୁ ସେ ବର୍ବରୋଚିତ ବୋଲି ବର୍ଣ୍ଣନା କରିଛନ୍ତି । ଏହି ଘଟଣାରେ ବହୁ ବିଜେଡି କର୍ମୀ ଓ ସାଧାରଣ ଲୋକ ଆହତ ହେବା ଖବରରେ ସେ ଉଦବେଗ ପ୍ରକାଶ କରିଛନ୍ତି । ଶାନ୍ତିପୂର୍ଣ୍ଣ ପ୍ରତିବାଦ ଉପରେ ଅମାନୁଷିକ ଆକ୍ରମଣ ରାଯାଇଛି। ଘଟଣାରେ ବହୁ BJD କର୍ମୀ ଓ ସାଧାରଣ ଲୋକ ଆହତ ହୋଇଛନ୍ତି ବୋଲି କହିଛନ୍ତି। ଏଥିସହ ନବୀନ ଆହତ ବିଜେଡି ନେତାଙ୍କ ସହ କଥା ହୋଇଛନ୍ତି।