ମୃତ ଛାତ୍ରଙ୍କ ଉଦେ୍ଦଶ୍ୟରେ ଶୋକସଭା
ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା: ବୁଧବାର ବ୍ରାହ୍ମଣୀ ନଦୀରେ ବୁଡି ପ୍ରାଣ ହରାଇଥିବା +୨ଛାତ୍ର ସେକ ଜଲାଲ ମହମ୍ମଦ ଓରଫ ବବଲୁ(୧୭)ଙ୍କ ଉଦେ୍ଦଶ୍ୟରେ ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶୋକସଭାରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଛାତ୍ର-ଛାତ୍ରୀ ଉପସ୍ଥିତ ରହି ନୀରବ ପ୍ରାର୍ଥନା କରିଥିଲେ । ତା ସହିତ ମୃତ ଛାତ୍ର ବବଲୁର ସ୍ମୃତିଚାରଣ କରିବା ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ତାର ଅମର ଆତ୍ମାର ସଦଗତି କାମନା କରିଥିଲେ । ପରେ ବିଦ୍ୟାଳୟ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇ ସମାଜସେବୀ ବିପିନ ବିହାରୀ ଦେଓ, ଅଧ୍ୟାପକ ସୁଚିତ୍ରା ନନ୍ଦ ଦାସ, ମନୋଜ କୁମାର ପୃଷ୍ଟି, ସୁକାନ୍ତ କୁମାର ସାହୁ, ଡ.ବିକ୍ରମ ମହାପାତ୍ର, ରାଜକିଶୋର ପଣ୍ଡା, ଶ୍ରୀନିବାସ ଜେନା, ଉଲ୍ଲାସ କୁମାର ବିଶ୍ୱାଳ, ଅଧ୍ୟାପିକା ବନଲତା ଲେଙ୍କାଙ୍କ ସମେତ କର୍ମଚାରୀ ସତ୍ୟାନନ୍ଦ ରାଉତ, ଆଲୋକ କୁମାର ବେହେରା, ବଳରାମ ରାଉତ ଆଦି ମୃତ ଛାତ୍ରଙ୍କ ପରିବାର ସଦସ୍ୟଙ୍କୁ ଭେଟି ଆଶ୍ୱାସନା ଦେଇଥିଲେ ।