ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ‘ହେଲ୍ଥକେୟାର ଅନ୍ ଦ ହୁଇଲ୍ସ’
ଜଟଣୀ : ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଏକ ପ୍ରଧାନ ପ୍ରଯୋଜନା ‘ହେଲ୍ଥକେୟାର ଅନ୍ ହୁଇଲ୍ସ’ ଆରମ୍ଭ କରିଛନ୍ତି ଏକ ଗତିଶୀଳ ସ୍ୱାସ୍ଥ୍ୟସେବା ଯାନ । ଯାହା ଓଡ଼ିଶାର ଅପରିଚାଳିତ ଓ ଦୁର୍ଗମ ଅଞ୍ଚଳଗୁଡିକୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଉଦେ୍ଦଶ୍ୟରେ ତିଆରି କରାଯାଇଛି । ଏହି ଉଦ୍ୟମ ଦ୍ୱାରା ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଓଡିÿଶାରେ ପ୍ରଥମ ଏମିତି ବିଶ୍ୱବିଦ୍ୟାଳୟ ହେବାକୁ ଯାହା ଗ୍ରାମୀଣ ସ୍ୱାସ୍ଥ୍ୟ ପହଞ୍ଚକୁ ନିମିତ୍ତ କରି ଏକ ସଂମ୍ପୁର୍ଣ୍ଣ ଉପକରଣ ସହିତ ସ୍ୱାସ୍ଥ୍ୟ ଯାନ ଚାଲୁ କରିଛି । ଏହା ସହିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରଥମ ବିଶ୍ୱବିଦ୍ୟାଳୟ ଯାହାକି ଗ୍ରାମୀଣ ଅଞ୍ଚଳ ପାଇଁ ସମ୍ପୂର୍ଣ୍ଣ ଭାବେ ସୁସଜ୍ଜିତ ଏକ ଚଳନ୍ତି ସ୍ୱାସ୍ଥ୍ୟ ୟୁନିଟ୍ ପ୍ରତିଷ୍ଠା କରିଛି ।ଏହି ଅଭିନବ ପ୍ରକଳ୍ପଟି ବିଶ୍ୱବିଦ୍ୟାଳୟର ଦୀର୍ଘଦିନିଆ ସାଧାରଣ ସ୍ୱାସ୍ଥ୍ୟ ପ୍ରତି ପ୍ରତିବଦ୍ଧତାକୁ ଆଉ ଏକ ପଦ ଆଗକୁ ବଢାଇବାରେ ହାୟକ ହେବ । ଗତ କିଛି ବର୍ଷ ଧରି ଓଡ଼ିଶାର ଗ୍ରାମାଞ୍ଚଳରେ ଚାଲାଯାଇଥିବା ଏହି ପ୍ରଭାବଶାଳୀ ଚିକିତ୍ସା ଶିବିରମାନେ ହଜାର ହଜାର ବଞ୍ଚିତ ଲୋକଙ୍କୁ ଆଖି ପରୀକ୍ଷା, ଚଷମା ବଣ୍ଟନ ଓ ପ୍ରତିରୋଧକ ସ୍ୱାସ୍ଥ୍ୟ ଶିକ୍ଷା ଯୋଗାଇଛି ।ଏହି ଅବସରରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଡ଼. ମୁକ୍ତିକାନ୍ତ ମିଶ୍ର କହିଛନ୍ତି ‘ହେଲ୍ଥକେୟାର ଅନ୍ ହୁଏଲ୍ସ’ ମାଧ୍ୟମରେ ଆମ ସ୍ୱାସ୍ଥ୍ୟ ମିଶନ୍କୁ ଆଗକୁ ନେଇଯିବାକୁ ଆମେ ଅତ୍ୟନ୍ତ ଉସôାହିତ । ଗତ କିଛି ବର୍ଷରେ ଆମ ଅଭିଯାନ ଦେଖାଇଛି ଯେ ଅଭିଗମ୍ୟ ଚିକିସôା ସେବା କିପରି ପରିବର୍ତ୍ତନ ଆଣିପାରେ । ଏହି ଚଳନ୍ତି ୟୁନିଟ୍ ଆମକୁ ସିଧାସଳଖ ଭାବେ ସମୁଦାୟକୁ ପହଞ୍ଚିବା ଓ ଅନେକ ପ୍ରମୁଖ ସେବା ଯଥା ଦୃଷ୍ଟି ସେବାରୁ ଆରମ୍ଭ କରି ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଶହାୟକ ହେବ । ‘ହେଲ୍ଥକେୟାର୍ ଅନ୍ ହୁଇଲ୍ସ’ ଗ୍ରାମାଞ୍ଚଳରେ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ପ୍ରବେଶକୁ ଗଭୀର ଭାବରେ ବୃଦ୍ଧି କରିବ । ଏଲ୍ଆଇସି ଧନ ସାହାଯ୍ୟ ପ୍ରଦାନ କରାଯାଇଥିବା ଏହି ଚଳନ୍ତି ସ୍ୱାସ୍ଥ୍ୟ ଯାନ ଚକ୍ଷୁ ଯାଞ୍ଚ ଓ ଚସମା ବଣ୍ଟନ, ଡାକ୍ତର ଦ୍ୱାରା ପରାମର୍ଶ, ପ୍ୟାଥୋଲୋଜିକାଲ୍ ତଦନ୍ତ, ଇସିଜି ଓ ଇଏମଜି ଯାଞ୍ଚ ଓ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ସେବା ଦେବାକୁ ପ୍ରସ୍ତୁତ ରହିଛି । ଅତିଥି ଭାବେ ପର୍ମେନ୍ଦ୍ର ହରି, ମନୋଜ ପଣ୍ଡା, ଶ୍ୟାମଲ କାନ୍ତି ମହାନ୍ତି, ଡ. ସୁପ୍ରିୟା ପଟ୍ଟନାୟକ, ଡ଼. ଅଜୟ ନାୟକ, ଦେବାଶିଷ ପଣ୍ଡା, ସଞ୍ଜୟ ମିଶ୍ର ଓ ସ୍ୱାଗତିକା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।