ବାଲି ସଂକଟ, ଆଗେଇ ପାରୁନି ନିର୍ମାଣ କାର୍ଯ୍ୟ


ାା ପ୍ରଭାନୁ୍ୟଜ ।ା କବାଟବନ୍ଧ: ରାଜ୍ୟରେ ବିଜେଡି ସରକାର ପତନ ହୋଇଛି । ନୂତନ ବିଜେପି ସରକାର ଆସିଛି । ସେହିପରି ଧର୍ମଶାଳା ନିର୍ବାଚନମଣ୍ଡଳୀରେ ବଂଶବାଦ ଶାସନର ଅନ୍ତ ଘଟିଛି । ହିମାଂଶୁ ଶେଖର ସାହୁ ନୂତନ ବିଧାୟକ ହୋଇଛନ୍ତି । ସରକାର ନୂଆ ବିଧାୟକ ବି ନୂଆ । ଏହାରି ଭିତରେ ଧର୍ମଶାଳା ପ୍ରଗତିର ପ୍ରୟୋଗଶାଳା ପାଲଟିଛି ଦାଦନଶାଳା । ଧର୍ମଶାଳା ତହସିଲରେ ଅନେକ କଳା ପଥର ଖଣି, ବାଲି ଘାଟ ଲିଜ ଏବଂ ଅଣଲିଜ ଚାଲୁ ରହିଥିଲା । ନିର୍ବାଚନ ପରେ କହିବାକୁ ଗଲେ ସମ୍ପୂର୍ଣ୍ଣ ଲଘୁ ଖଣିଜ ପଦାର୍ଥ ଠପ୍ ରହିଛି । ଧର୍ମଶାଳା ତହସିଲ ଅଧୀନରେ ପନ୍ତୁରି, ଜେନାପୁର, ମର୍ଜିତାପୁର, ରାଇଛନ୍ଦା ବାଲିଘାଟ ସରକାରଙ୍କ ଲିଜ ସୂତ୍ରରେ ଦେଇଥାନ୍ତି । ଏହା ସମ୍ପୂର୍ଣ୍ଣ କିଛି ମାସ ହେବ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ବନ୍ଦର ପ୍ରଭାବରେ ସାଧାରଣ ବ୍ୟକ୍ତି ହୁଅନ୍ତୁ କିମ୍ବା ସରକାରୀ କାର୍ଯ୍ୟ ବାଲି ସଙ୍କଟ ପାଇଁ ଅନେକ କାମ ଅଟକି ରହିଛି । କାହାର ନିଜସ୍ୱ ଗୃହ ହେଉ କିମ୍ବା ସରକାରଙ୍କ କୋଠା ବାଡ଼ି, ପାଇଖାନା ରାସ୍ତା ନିର୍ମାଣରେ ନଦୀବାଲି ବ୍ୟବହାର କରାଯାଇଥାଏ । ଯାହା ଫଳରେ ନଦୀ ବାଲି ନମିଳିବା ନେଇ ଏଣ୍ଡଳବା, ରେଖିଦେଇପୁର, ଜେନାପୁର, ବୃନ୍ଦାଦେଇପୁର, କମାଗଡ଼, ଅଞ୍ଜିରା, ତାଳଜଙ୍ଗ, ଚକ୍ରଧରପୁର, ଜେନାପୁର, କବାଟବନ୍ଧ, ପୁରୁଣା ବଉଳମାଳ, ରାଇଛନ୍ଦା, ସାହାଣୀଡିହ, ମଧୁସୂଦନପୁର, ଅଣ୍ଟିଆ ଭଳି ଅନେକ ପଞ୍ଚାୟତର ଗୃହ ନିର୍ମାଣକାରୀ ବ୍ୟକ୍ତି ନଦୀ ବାଲି ସଙ୍କଟ ରହିଥିବାରୁ ଗୃହ ନିର୍ମାଣ କରିପାରୁନାହାନ୍ତି । ଯାହାକି ଅନ୍ୟତ୍ର ଦୂର ଦୂରାନ୍ତରୁ ବାଲି ଚଢ଼ା ଦରରେ କିଣି କାମ କରିବା ସମ୍ଭବ ପର ନୁହେଁ ବୋଲି ମତ ରଖିଛନ୍ତି । କିଛି ଶ୍ରମିକ ବାଲି ବୋଝେଇ କରି ସେମାନଙ୍କର ପରିବାର ପ୍ରତିପୋଷଣ କରିଥାନ୍ତି । ବାଲିଘାଟ ବନ୍ଦ ହେବା ଫଳରେ ସେମାନଙ୍କର ଜୀବନ ଜୀବିକା ପ୍ରଭାବିତ ହୋଇଛି । ବ୍ଲକ ମାଧ୍ୟମରେ ଆସୁଥିବା ସ୍ୱଚ୍ଛଭାରତ ମିଶନ ପାଇଖାନା ନିର୍ମାଣ ପନ୍ଦର ଦିନରେ ଶେଷ କରିବାକୁ ନିଦେ୍ର୍ଦଶ ଦେଉଥିବା ବେଳେ ଏହା ଆମେ କିପରି ନିର୍ମାଣ କାର୍ଯ୍ୟ ଶେଷ କରିବୁ ତାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ହିତାଧିକାରୀ । ଏଦିଗରେ ପ୍ରଶାସନ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି ।