ଜେଏସ୍ଏଲ୍ ପକ୍ଷରୁ ନିର୍ମାଣ ତାଲିମ କାର୍ଯ୍ୟକ୍ରମ
କଳିଙ୍ଗନଗର : ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱ ପଦକ୍ଷେପ ଅଧୀନରେ କାଳିଆପାଣି ଖଣି ୟୁନିଟ୍ରେ ଷ୍ଟେନଲେସ୍ ଷ୍ଟିଲ୍ ନିର୍ମାଣ ଉପରେ ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଲିମ କାର୍ଯ୍ୟକ୍ରମରେ ନିକଟସ୍ଥ ଗ୍ରାମର ଯୁବକମାନଙ୍କୁ ଷ୍ଟେନଲେସ୍ ଷ୍ଟିଲ୍ ନିର୍ମାଣରେ ବ୍ୟବହାରିକ ଦକ୍ଷତା ପ୍ରଦାନ କରିବା ସହିତ ଏହାର ଅନେକ ଉପାଦେୟତା ଉପରେ ଆଲୋକପାତ କରାଯାଇଥିଲା । କାର୍ଯ୍ୟକ୍ରମରେ ମୋଟ ୫୪ଜଣ ଯୁବକ ପଞ୍ଜିକୃତ ହୋଇଥିବା ବେଳେ ୩୨ଜଣ ତାଲିମ ସମାପ୍ତ କରିଥିଲେ । ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡର ତାଲିମ ଏବଂ ସଚେତନତା ଶାଖା ଷ୍ଟେନଲେସ୍ ଏକାଡେମୀର କ୍ରିଷ୍ଣନ୍ ଗର୍ଗ କାର୍ଯ୍ୟକ୍ରମକୁ ପରିଚାଳନା ସହ ପ୍ରଶିକ୍ଷାର୍ଥୀଙ୍କ ଜ୍ଞାନ ଏବଂ ଦକ୍ଷତାର ମୂଲ୍ୟାଙ୍କନ କରିଥିଲେ । ତାଲିମ କାର୍ଯ୍ୟକ୍ରମକୁ ଜିନ୍ଦଲର ସିଏସ୍ଆରର ଆଞ୍ଚଳିକ ମୁଖ୍ୟ ସୁକାନ୍ତ ରଥ ଏବଂ ଜିନ୍ଦଲ ଷ୍ଟେନଲେସର ଅନ୍ୟାନ୍ୟ ପ୍ରମୁଖ ଅଧିକାରୀମାନେ ଉଦଘାଟନ କରିଥିଲେ । ଯେଉଁମାନେ ଏହି ପଦକ୍ଷେପର ଗୁରୁତ୍ୱ ଏବଂ ସ୍ଥାନୀୟ ଯୁବକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ । ଜେଏସଏଲର ବରିଷ୍ଠ ନେତୃତ୍ୱ, ଅବନୀନ୍ଦ୍ର କୁମାର ସିଂହ, ବରିଷ୍ଠ ଉପାଧ୍ୟକ୍ଷଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପରିଚାଳନା ସଦସ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ ଏବଂ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଜିନ୍ଦଲ ଷ୍ଟେନଲେସ୍ ଦକ୍ଷତା ବିକାଶ ପଦକ୍ଷେପ ମାଧ୍ୟମରେ ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ । ଏପର୍ଯ୍ୟନ୍ତ, କମ୍ପାନୀ ସାରା ଦେଶରେ ଅନେକ ଷ୍ଟେନଲେସ୍ ଷ୍ଟିଲ୍ ନିର୍ମାଣ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଛି । କେବଳ ଆର୍ଥôକ ବର୍ଷ ୨୫ରେ ୧୦,୦୦୦ରୁ ଅଧିକ ନିର୍ମାଣକାରୀଙ୍କୁ ତାଲିମ ସହ ସ୍ଥାୟୀ ନିଯୁକ୍ତି ପାଇଁ ଅତ୍ୟାବଶ୍ୟକ ଦକ୍ଷତା ପ୍ରଦାନ କରିଛି ।