ଚଉଷଠି ଯୋଗିନୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ମନମୋହିଲା ଗୋଟିପୁଅ ନୃତ୍ୟ  

ବାଲିଅନ୍ତା: ବାଲିଅନ୍ତା ବ୍ଲକ ହୀରାପୁର ଗ୍ରାମ୍ୟ କମିଟି ଏବଂ ଟ୍ରଷ୍ଟବୋର୍ଡ ମିଳିତ ସହଯୋଗରେ ଚାଲିଥିବା ଅଷ୍ଟାଦଶ ଚଉଷଠୀ ଯୋଗିନୀ ମହୋତ୍ସବର ଥିଲା ଦ୍ୱିତୀୟ ସନ୍ଧ୍ୟା । କଳାହାଣ୍ଡିର ଘୁମୁରା ଲୋକନୃତ୍ୟ, ପରେ ପୁରୀ ନାଚଘର ଅନୁଷ୍ଠାନର କଳାକାର ଦଳଗତ ଦେବଦାଶୀ ପରିବେଷଣ କରିଥିଲେ । ତୃତୀୟ ପ୍ରସ୍ତୁତିରେ ଭୁବନେଶ୍ୱର ଆରାଧନା ନୃତ୍ୟ ଅନୁଷ୍ଠାନର ଗୋଟିପୁଅ ନୃତ୍ୟ ପରିବେଷଣ ହୋଇଥିଲା । ପଞ୍ଚଦେବସ୍ତୁତି, ଦେଖଗୋ ରାଧାମାଧବ ଚାଲି ଏବଂ ବନ୍ଧ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ପୂର୍ବତନ ସରପଞ୍ଚ ସୁକାନ୍ତ ସାହୁ, ବିଜେଡି ସଭାପତି ପ୍ରଦୀପ୍ତ ଜେନାମଣି, ବାଲିପାଟଣା ସଭାପତି କିଶୋର ଜେନା, ବିଜୟ କୁମାର ମୁଦୁଲି, ଜିଲ୍ଲାପରିଷଦ ସଭ୍ୟ ଗଙ୍ଗାଧର ମଲ୍ଲିକ, ମାନସ ନାୟକ, ସମାଜସେବୀ ଦିଲ୍ଲୀପ କୁମାର ମାର୍ଥା, ବ୍ଲକ୍ ଉପାଧ୍ୟକ୍ଷା ଇତିଶ୍ରୀ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନୃତ୍ୟଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମହୋସôବ କମିଟି ରବିନ୍ଦ୍ର କୁମାର ନାୟକ ଏବଂ ସଂପାଦକ କାଳୁଚରଣ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।