ବିଦୁ୍ୟତ କର୍ମଚାରୀଙ୍କ ହାକିମବାଜି  : ବାଇପାସ୍ ଫାଇନ ନଦେବାରୁ କାଟିଲେ ସଂଯୋଗ

 ଯାଜପୁର :  ଜନସାଧାରଣଙ୍କର ବହୁବିଧ ଉନ୍ନତି ପାଇଁ ସରକାର ରାସ୍ତା ଘାଟ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ବିଦୁ୍ୟତ ଭଳି ବିଭିନ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ଏଥିପାଇଁ ହଜାର ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି । କିନ୍ତୁ ଅମଲାତନ୍ତ୍ରର ବ୍ରିଟିଶ୍ ରାଜ ମାନସିକତା ପାଇଁ ହିତାଧିକାରୀ ଏହି ସବୁ ଯୋଜନାର ସୁବିଧା ସୁଯୋଗ ପାଇ ପାରୁନାହାନ୍ତି । ଜଣେ ଅନୁସୂଚିତ ଜାତିର ଗରିବ ଲୋକ ସୌଭାଗ୍ୟ ଯୋଜନାରେ ବିଜୁଳି ପାଇଥିଲେ ମଧ୍ୟ ମିଥ୍ୟା ବାଇପାସ୍ର ଫାଇନ ନ ଦେବାରୁ ଦୀର୍ଘ ୧୭ଦିନ ହେବ ବିଦୁ୍ୟତ ସଂଯୋଗ କାଟି ଦିଆଯାଇଛି । ବାଧ୍ୟ ହୋଇ ସେ ଥାନାରେ ଅଭିଯୋଗ କରିଛନ୍ତି । ଖବରରୁ ପ୍ରକାଶ ପାଣିକୋଇଲି ଥାନା ଅନ୍ତର୍ଗତ ବଡବିରୁଆଁ ଗ୍ରାମର ବିନୋଦ ଜେନାଙ୍କ ଘରକୁ ଦୁଇ ଜଣ ବିଦୁ୍ୟତ ବିଭାଗର କର୍ମକର୍ତା ଗତ ୬ ତାରିଖରେ ଆସି ବିଦୁ୍ୟତ୍ ସଂଯୋଗ ବାଇପାସ୍ ହୋଇଥିବାର ଅଭିଯୋଗରେ ଘରେ ପସି ଚେକିଂ କଲେ । ବିନୋଦ ଘରେ ନଥିବାରୁ ତାଙ୍କ ଝିଅ କର୍ମଚାରୀଙ୍କୁ ବାଇପାସ ହୋଇ ନଥିବାର ଦର୍ଶାଇଲେ । ୧୦ତାରିଖରେ ଏସ୍ଡିଓଙ୍କୁ ଭେଟ କରିବ ନଚେତ ସଂଯୋଗ କଟାଯିବ ବୋଲି କହିଗଲେ । ବିନୋଦ ୧୦ ତାରିଖରେ ଏସ୍ଡିଓଙ୍କୁ ଭେଟିିବାରୁ ତାଙ୍କୁ ଦୁଇ ହଜାର ଫାଇନ ଦେବାକୁ ପଡିବ ବୋଲି କୁହାଗଲା । ବିନୋଦ ଫାଇନର କାରଣ ଜାଣିବାକୁ ଚାହିଁବାରୁ ଏସ୍ଡିଓ ତାଙ୍କୁ  ଅଶାଳୀନ ବ୍ୟବହାର କଲେ । ସତକୁ ସତ ତା ପର ଦିନ ତାଙ୍କର ବିଦୁ୍ୟତ୍ ସଂଯୋଗ କଟାଗଲା । ପରଦିନ କନିଷ୍ଠ ଯନ୍ତ୍ରୀଙ୍କ ସହ ୪-୫ ଜଣ ଆସି ତାଙ୍କୁ ଧମକାଇଲେ । 
ବିନୋଦ ମିଥ୍ୟା ବାଇପାସ୍ରେ ଫାଇନ ନଦେବାକୁ କହିବାରୁ ଯନ୍ତ୍ରୀ ଅଫିସ ଆସ ବୁଝିବା ବୋଲି କହିଗଲେ । ୧୩ ତାରିଖରେ ବିନୋଦ ଯନ୍ତ୍ରୀଙ୍କୁ ଭେଟ କରିବାରୁ ସେ ଏସ୍ଡିଓଙ୍କ ନିକଟକୁ ନେଇଗଲେ । ବିନା କାରଣରେ ବିନୋଦ ୨ହଜାର ଟଙ୍କା ଅଫିସର ଜଣେ କର୍ମଚାରୀଙ୍କ ଫୋନ-ପେକୁ ଦେଇଥିଲେ ଓ ବିଦୁ୍ୟତ ସଂଯୋଗ ପାଇଁ କହିଥିଲେ । କିନ୍ତୁ ଏସ୍ଡିଓ ୨୩୫୦ଟଙ୍କା ଦାବି କରିଥିଲେ । ବିନୋଦ ପରେ ଏହା ଜାଣିବାରୁ ୧୮ତାରିଖରେ ପୁଣି ଏସ୍ଡିଓଙ୍କୁ ଭେଟ କଲେ । ଏଓ୍ଡିଓ ୨୩୫୦ ଟଙ୍କା ନଦେଲେ ବିଦୁ୍ୟତ୍  ସଂଯୋଗ ଦିଆଯିବ ନାହିଁ ରୋକଠୋକ ଶୁଣାଇଲେ । ବିନୋଦ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଜାତି ଭିତିକ ଆକ୍ଷେପ କରି ଗାଳି କଲେ । ଉପାୟଶୂନ୍ୟ ହୋଇ ବିନୋଦ ପାଣିକୋଇଲି ଥାନାକୁ ରେଜିଷ୍ଟି ଡାକ ଯୋଗେ ଅଭିଯୋଗ କରିଛନ୍ତି ।