ମେକ୍ ଇନ୍ ଓଡ଼ିଶା'କୁ ସମର୍ଥନ ପାଇଁ ଯୋଗାଣ ଶୃଙ୍ଖଳର ସୁଦୃଢ଼ୀକରଣ
ଭୁବନେଶ୍ୱର : ଓଡ଼ିଶାର ସ୍ଥାନୀୟ ଅର୍ଥନୀତି ଓ ଶିଳ୍ପ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଓଡ଼ିଶା ସରକାରଙ୍କ ସହ ଯୌଥ ଉଦ୍ୟୋଗରେ ସ୍ଥାପନ କରାଯାଇଥିବା ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଡିସ୍କମ୍ ଗୁଡ଼ିକ ଗତ ଚାରି - ପାଞ୍ଚ ବର୍ଷରେ ସ୍ଥାନୀୟ ଭେଣ୍ଡର ଓ ଠିକାଦାରମାନଙ୍କୁ ପା୍ରୟ ୧୫,୯୪୪ କୋଟି ଟଙ୍କାର କାର୍ଯ୍ୟବରାଦ ପ୍ରଦାନ କରିଛନ୍ତି । ଏହି ବରାଦଗୁଡ଼ିକ ଟିପି ସେଂଟ୍ରାଲ, ଟିପି ସଦର୍ଣ୍ଣ, ଟିପି ନର୍ଦନ ଓ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍ର ପରିଚାଳନାର ମୂଳଦୁଆ ପାଲଟିଥିବା ବେଳେ ୧୭,୬୭୨ରୁ ଅଧିକ ବରାଦ ଆଂଚଳିକ ନିଯୁକ୍ତି ଓ ଉଦ୍ୟମିତା ପ୍ରତି ଉଲ୍ଲେଖଯୋଗ୍ୟ ଯୋଗଦାନ ପ୍ରଦାନ କରିଛି । ଦିଆଯାଇଥିବା ମୋଟ୍ ବରାଦର ୫୮ ପ୍ରତିଶତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସଏମ୍ଇ)ଗୁଡ଼ିକୁ ପ୍ରଦାନ କରାଯାଇଛି ଯାହା ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସମର୍ଥନ ପାଇଁ ଡିସ୍କମ୍ଗୁଡ଼ିକର ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ସମ୍ପୃକ୍ତିରେ ଉପକରଣ ପ୍ରକୁ୍ୟରମେଣ୍ଟ ଓ ସେବା ପ୍ରଦାନ ଭଳି ପରିଚାଳନା ଆବଶ୍ୟକତାର ବିଭିନ୍ନ କ୍ଷେତ୍ର ସାମିଲ ରହିଛି ଏବଂ ସାରା ରାଜ୍ୟର ଭେଣ୍ଡର ଏଥିରେ ଯୋଡ଼ି ହୋଇଛନ୍ତି । ବିଦୁ୍ୟତ୍ ଭିତ୍ତିଭୂମି ଆବଶ୍ୟକତା ପାଇଁ ପୁ୍ି ବ୍ୟୟ (କ୍ୟାପେକ୍ସ), ପରିଚାଳନା ବ୍ୟୟ (ଓପେକ୍ସ), ସରକାରୀ ପାଣ୍ଠି ପ୍ରକଳ୍ପ ଏବଂ ବାଣିଜି୍ୟକ ଓ ଶିଳ୍ପ (ସିଆଣ୍ଡ୍ଆଇ) କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କାମ ପାଇଁ ଏହି ବରାଦଗୁଡ଼ିକ ଦିଆଯାଇଛି । ବଂଟନ ଟ୍ରାନ୍ସଫର୍ମର, ତାର, ଖୁଂଟ, ଏଲଟି ଓ ଏଚ୍ଟି ହାର୍ଡୱେର, ଲାପଟପ, ଡେସ୍କଟପ ଓ ଅନ୍ୟାନ୍ୟ ପ୍ରମୁଖ ଉପକରଣ ଯୋଗାଣ କ୍ଷେତ୍ରରେ ପ୍ରାୟ ୨୫୦୦ କୋଟି ଟଙ୍କାର କାର୍ଯ୍ୟବରାଦ ପ୍ରଦାନ କରାଯାଇଛି । ଏହି ସହଯୋଗିତା ସ୍ଥାନୀୟ ଦକ୍ଷତା ବିକାଶ ଗଠନ ଓ ତୃଣମୂଳ ସ୍ତରରେ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱକୁ ପ୍ରତିଫଳିତ କରୁଛି । ସ୍ଥାନୀୟ ସମୁଦାୟରୁ ନିଯୁକ୍ତି ଦେବାକୁ ଭେଣ୍ଡରମାନଙ୍କୁ ଉତ୍ସାହିତ କରାଯାଉଛି, ଯାହା ଫଳରେ ସ୍ଥାନୀୟ ସ୍ତରରେ ପ୍ରତ୍ୟକ୍ଷ ନିଯୁକ୍ତି ଉତ୍ସ ସୃଷ୍ଟି ହେବ ଏବଂ ଦକ୍ଷତା ବିକାଶରେ ଉନ୍ନତିି ହୋଇପାରିବ । ଏହି ଅଭିଯାନ ଓଡ଼ିଶା ସରକାରଙ୍କ 'ମେକ୍ ଇନ୍ ଓଡ଼ିଶା' ଲକ୍ଷ୍ୟ ସହିତ ସମନ୍ୱିତ ରହିଛି ଯେଉଁଥିରେ ଏକ ସ୍ୱାବଲମ୍ବୀ, ଦୃଢ଼ ଯୋଗାଣ ବ୍ୟବସ୍ଥା ଓ ବିଦୁ୍ୟତ୍ କ୍ଷେତ୍ରରେ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି ।