‘ମୋ’ ଜଙ୍ଗଲ ଜମି’ ଯୋଜନା ସମ୍ବନ୍ଧୀୟ ପ୍ରଶିକ୍ଷଣ
ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡ଼ା, : କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମଙ୍ଗଳ ବିଭାଗ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ମୋ’ ଜଙ୍ଗଲ ଜମି ଯୋଜନା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ମିଶନଶକ୍ତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର (ରାଜସ୍ୱ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ତଥା ସଂଯୋଜକ ଗୁରୁଚରଣ ମଲିକ ଅନ୍ୟତମ ଅତିଥି ଓ ରଶ୍ମି ମଞ୍ଜରୀ ପ୍ରଧାନ ଯୋଗ ଦେଇ ଜଙ୍ଗଲ ଜମିରେ ବସବାସ କରୁଥିବା ଅଧିବାସୀ ମାନଙ୍କର ଜୀବନ ଜୀବିକାରେ ସ୍ୱାଧାର ଆଣିବା, ଜଙ୍ଗଲ ଜମିରେ ବସବାସ କରୁଥିବା ବ୍ୟକ୍ତି ମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଜମି ପଟା ବଣ୍ଟନ କରିବା, ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇ କିଭଳି ଭାବରେ ଏମାନଙ୍କର ଉନ୍ନତି ହୋଇପାରିବ ସେ ସମ୍ପର୍କରେ ଆଲେଚନା କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ତହସିଲଦାର, ଜିଲ୍ଲାର ସମସ୍ତ ବନ ବିଭାଗ ଅଧିକାରୀ ଓ କର୍ମଚାରୀ, ବ୍ଲକ ମଙ୍ଗଳ ଅଧିକାରୀ, ଏଫ୍ଇଏସ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନର ବର୍ଣ୍ଣ ବୈଭବ ପଣ୍ଡା, ବିରଂଚି ପାଇକରାୟଙ୍କ ସହ ବଳରାମ ପାଢୀ, ପବିତ୍ର କୁମାର ସେନାପତି, ସଂଗ୍ରାମ କିଶୋର ଦାସ, ରଶ୍ମି ଦେବୀ ଶୁଭ୍ରଜିତ ରାଉତ, ରଜନୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।