ଖାନୁଆ ସରପଞ୍ଚଙ୍କ ପରଲୋକ 

ବଡ଼ସାହି: ବଡ଼ସାହି ବ୍ଲକ୍ ଅନ୍ତର୍ଗତ ଖାନୁଆ ଗ୍ରାମ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଜିତେନ୍ଦ୍ର ସିଂଙ୍କ ଗତକାଲି ବିଳମ୍ବିତ ରାତି ପ୍ରାୟ ୩ ଟାରେ ଚିକିସôାଧୀନ ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ମୃତୁ୍ୟ ଘଟିଛି । ସେ ଉଚ୍ଚÿ ରକ୍ତଚାପରେ ପୀଡ଼ିତ ଥିଲେ । ଖାନୁଆ ପଞ୍ଚାୟତର ମୁଚିଆସାହି ଗ୍ରାମର ସେ ବାସିନ୍ଦା ଅଟନ୍ତି । ତାଙ୍କ ବିୟୋଗରେ ସମଗ୍ର ପଞ୍ଚାୟତରେ ଗଭୀର ଶୋକ ପ୍ରକାଶ ପାଇଛି । ସେ ଅବିବାହିତ ଥିଲେ ।ତାଙ୍କ ମର ଶରୀରକୁ ନିଜ ଗ୍ରାମକୁ ଆଣି ଅନ୍ତିମ ସଂସ୍କାର କରାଯାଇଛି । ଶେଷ ଦର୍ଶନ ନିମନ୍ତେ ତାଙ୍କ ବାସ ଭବନରେ ବିଭିନ୍ନ ବର୍ଗର ବ୍ୟକ୍ତି ପହଞ୍ଚିଥିଲେ । ବ୍ଲକ ପକ୍ଷରୁ ବଡ଼ସାହି ବିଡ଼ିଓ ବନଜା ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପୁଥାଳ, ମୟୂରଭଞ୍ଜ ସରପଞ୍ଚ ମହାସଂଘ ସଭାପତି ଖଗେଶ୍ୱର ସିଂ, ସମ୍ପାଦକ ଫକୀର ମୋହନ ସିଂ, ବଡ଼ସାହି ବ୍ଲକ ସରପଞ୍ଚ ସଂଘ ସଭାପତି ହରିଶ୍ଚନ୍ଦ୍ର ମୁର୍ମୁ, ସମ୍ପାଦକ କୁନି ସିଂଙ୍କ ସମେତ ସମସ୍ତ ସରପଞ୍ଚ, ୨୨ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଦଶରଥ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ ।