ଗୁଟୁଖା ବିକ୍ରେତା ଗିରଫ
ଜୟପୁର : ପୋଲିସର ଅପରେସନ ପ୍ରହାରକୁ ସାକାର କରିବା ପାଇଁ ଶିକ୍ଷାନୁଷ୍ଠାନ ଏବଂ ମନ୍ଦିର ପରିସର ପାଖରେ ତମାଖୁ ଉତ୍ପାଦ ବିକ୍ରୟକୁ ରୋକିବା ପାଇଁ ଚଢ଼ଉ କରାଯାଇଥିଲା । ଏହା ଜନସ୍ୱାସ୍ଥ୍ୟକୁ ପ୍ରୋସôାହିତ କରିବା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୋଲିସର ନିରନ୍ତର ପ୍ରୟାସର ଏକ ଅଂଶ ।ଏହି ଅଭିଯାନ ସମୟରେ ଆଇନ ଉଲ୍ଲଘନ କରୁଥିବା ଅନେକ ବିକ୍ରେତାଙ୍କ ଠାରୁ ତମାଖୁ ଉତ୍ପାଦ ଜବତ କରାଯାଇଥିଲା । ସମ୍ପୃକ୍ତ ବିକ୍ରେତାଙ୍କ ବିରୁଦ୍ଧରେ ଧାରା ୨୯୨ ବିଏନଏସ ସହିତ କୋଟପା ଆଇନର ଧାରା ୬ ଏବଂ ୨୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଆଗାମୀ ଦିନରେ ବେଆଇନ ଗୁଟୁକା ଏବଂ ତମାଖୁ ତିଆରି କରୁଥିବା ଏବଂ ବିକ୍ରେତାଙ୍କ ବିରୁଦ୍ଧରେ ଅପରେସନ ପ୍ରହାର ମାଧ୍ୟମ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ କହିଛନ୍ତି ।