ପ୍ଲାଷ୍ଟିକ୍ ମୁକ୍ତ ଭାରତ ଗଠନ ପାଇଁ ଆହ୍ୱାନ
ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ସଭାକକ୍ଷରେ ଇକୋ କ୍ଲବ ସବୁଜ ବାହିନୀ ଆନୁକୂଲ୍ୟରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀ ଅଧିକାରୀ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଯୋଗଦାନ କରି ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ କରିବାରେ ବନ ବିଭାଗର ଭୂମିକା ଓ ଛାତ୍ରଛାତ୍ରୀଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ । ସମ୍ମାନିତ ଅତିଥି ରୂପେ ବରିଷ୍ଠ ଅଧ୍ୟାପକ ଅଶୋକ କୁମାର ଷଡ଼ଙ୍ଗୀ ଯୋଗଦାନ କରି ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଏହାର କାରଣ ଓ ନିରାକରଣ ଉପରେ ଦୃଷ୍ଟିପାତ କରିଥିଲେ । ସବୁଜବାହିନୀ ଅଧିକାରୀ ଡକ୍ଟର ସ୍ୱାଇଁଙ୍କ ତତ୍ତ୍ୱ୍ାବଧାନରେ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଗୌତମ ନାୟକ, ପ୍ରମୋଦ କୁମାର ପରିଡା, ଆର କ୍ରାନ୍ତି ସାଗର ସକ୍ରିୟ ସହଯୋଗ କରିଥିଲେ । ସଭାଶେଷରେ ଅଧ୍ୟାପିକା ପ୍ରେମରେଖା ଭତ୍ରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ସମେତ ତିନିଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜଙ୍ଗଲ ଓ ପରିବେଶ ବିଭାଗ, ଜଳବାୟୁ ପରିବର୍ତ୍ତନ ବିଭାଗ ସହଯୋଗ ପ୍ରଦାନ କରିଥିଲେ । ଫରେଷ୍ଟର ରବିନାରାୟଣ ଖଣ୍ଡୁଆଳ ନିଜେ ଗଛ ଲଗାଇ ଛାତ୍ରଛାତ୍ରୀଙ୍କୁ ଗଛ ଲଗାଇବା ପାଇଁ ଉତ୍ସାହିତ କରିଥିଲେ । ଶେଷରେ ସବୁଜ ଜୀବନ ଯାପନ ପାଇଁ ଏକ ଶପଥ ପାଠ କରାଯାଇଥିଲା ।