ଯାତ୍ରା କମିଟି ସଂଘର ବନ୍ଧୁମିଳନ 

 ରାଜନଗର: ରାଜନଗର ବ୍ଲକ ଯାତ୍ରା କମିଟି ସଂଘ ବନ୍ଧୁ ମିଳନ ଉତ୍ସବ ପ୍ରେମବିହାର ସ୍ଥିତ କେସି ମଣ୍ଡପରେ ଅନୁଷ୍ଠିତ ହୋଇଛି । ସଂଘ ବ୍ଲକ ସଭାପତି ବିଭୂତି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉସôବରେ ମୁଖ୍ୟଅତିଥି ଓଡିଶା ଯାତ୍ରା କମିଟି ସୁରକ୍ଷା ମଂଚ ଭୂବନେଶ୍ୱରର ସମ୍ପାଦକ ନୃସିଂହପ୍ରସାଦ ସୁନ୍ଦରରାୟ, ସମ୍ମାନୀତଅତିଥି ଉପସଭାପତି ବୈ÷କୁଣ୍ଠନାଥ ପାକଳ, ସହସମ୍ପାଦକ ପ୍ରମୋଦଚନ୍ଦ୍ର ମିଶ୍ର, ଆଳି ବ୍ଲକ୍ ଯାତ୍ରା କମିଟି ସଂଘ ସମ୍ପାଦକ ବିରେନ୍ଦ ପଣ୍ଡା, ସମ୍ବାଦିକ ଜଗନ୍ନାଥ ଦାସ ଯୋଗଦେଇ ଯାତ୍ରା ମଂଚସ୍ଥ କରାଉଥିବା କମିଟିଗୁଡିକର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ବିଶେଷକରି ଯାତ୍ରା ଟିକେଟର ମୂଲ୍ୟ ହ୍ରାସକରି ଦର୍ଶକଙ୍କ ନିକଟତର ହେବା, ଯାତ୍ରା ମାଲିକମାନଙ୍କ ଅହେତୁକ ମୂଲ୍ୟବୃଦ୍ଧି, ଯାତ୍ରା ପାଇଁ ଆବଶ୍ୟକୀୟ ହେଉଥିବା ଡିଜେଲ ଓ ଆନୁସଙ୍ଗିକ ବ୍ୟବସ୍ଥାରେ ଖର୍ଚ୍ଚ କମାଇବା, ଏକା ସମୟରେ ପାଖାପାଖି ଯାତ୍ରା କମିଟି ଯାତ୍ରା ନକରାଇବା ପ୍ରଭୃତି ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ଉସôବରେ ପଟ୍ଟାମୁଣ୍ଡାଇ ବ୍ଲକ ମଦନପୁର ଯାତ୍ରା କମିଟିର ସଭ୍ୟ ଆଶିଷକୁମାର ରାଉଳ ଓ ଏହି ବ୍ଲକର ବିଭିନ୍ନ ଯାତ୍ରା କମିଟିର କର୍ମକର୍ତା ମହେଶ୍ୱର ବେହେରା, କୃପାସିନ୍ଧୁ ପଢିହାରୀ, ଚନ୍ଦ୍ର ଚନ୍ଦନ ମିଶ୍ର ଦୁଃଶାସନ ଦାସ, କମଳାକାନ୍ତ ରାଉତ, ପବିତ୍ର ସେଠୀ, ଅନିରୁଦ୍ଧ ପରିଡା, ରଶ୍ମିରଂଜନ ସାହାଣୀ ଓ ମହେଶ୍ୱର ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବ୍ଲକ କମିଟିର ସଂପାଦକ ଶରତ ଦାସ ସଂପାଦକୀୟ ବିବରଣୀ ପାଠ କରିଥିଲେ । ବରିଷ୍ଠ ସଦସ୍ୟ ତଥା ସାମ୍ବାଦିକ ବସନ୍ତକୁମାର ହାତି ଧନ୍ୟବାଦ ଅର୍ପଣ କରିଥିଲେ ।