ନାଟକ ମହୋତ୍ସବ ଉଦ୍ୟାପିତ

 ଭଣ୍ଡାରିପୋଖରୀ : ଏହି ବ୍ଲକ ଅଧୀନ ସରପଦା ଶ୍ରୀ ଜଗନ୍ନାଥ ଯୁବ ନାଟ୍ୟ ପରିଷଦ ପକ୍ଷରୁ ଆୟୋଜିତ ନାଟ୍ୟ ମହୋସôବ ଉଦଯାପିତ ହୋଇଯାଇଛି । ସାମ୍ବାଦିକ ବିଶ୍ୱମ୍ବର ରାଉତଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ ଉସôବରେ ନାଟ୍ୟ ନିଦେ୍ର୍ଦଶକ ମାର୍କଣ୍ଡ ରାଉତ, ସମାଜସେବୀ ବଦ୍ରି ନାରାୟଣ ଧଳ, ଜିଲ୍ଲା ପରିଷଦ ସଦସ୍ୟ ଉକôଳ କେଶରୀ ମହାନ୍ତି , ଲକ୍ଷ୍ମୀଧର ସାହୁ, ସମାଜସେବୀ ରଜନୀ କାନ୍ତ ଚନ୍ଦ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ମଦନ ରାଉତ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାହୁ, ବିଜୟ ଶଙ୍କର ମହାନ୍ତି, ସମାଜସେବୀ ଆଶୋକ ସ୍ୱାଇଁ, ପ୍ରଣବ ରାଉତ, ଶିଳ୍ପପତି ସଞ୍ଜୟ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଗ୍ରାମର ଦିବଂଗତ କଳାକାର ଦିନବନ୍ଧୁ ରାଉତ, ସରସ୍ୱତୀ ରାଉତ, ଜଗଦୀଶ ରାଉତ, ଅନୁପମା ସାମଲ, ଭରତ ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ନାଟ୍ୟ ପରିଷଦ ପକ୍ଷରୁ ପ୍ରଥମ ରଜନୀରେ "ଆଖିର ଜନମ କାନ୍ଦିବା ପାଇଁ’ ଓ ଦ୍ୱିତୀୟ ରଜନୀରେ "କେତେ ଦୁଃଖ ଦେବୁ କହ ଦଇବ’ ନାଟକ ପରିବେଷଣ କରାଯାଇଥିଲା ।