ଦକ୍ଷିଣରାୟ ମହାପାତ୍ର ପଦ ଗ୍ରହଣ ଓ ରାଜ ଅଭିଷେକ ଉତ୍ସବ
 ଧର୍ମଶାଳା : ଏହି ବ୍ଲକ କୋତପୁର ଜେନାସାହିରେ ପଦ ଗ୍ରହଣ ଓ ରାଜ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ସାଆନ୍ତ ସୁବାସ ଚନ୍ଦ୍ର ଦକ୍ଷୀଣରାୟଙ୍କ ଦେହାନ୍ତ ପରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଆଲୋକଙ୍କ ଦକ୍ଷୀଣ ରାୟ ମହାପାତ୍ର ପଦ ଓ ରାଜ ଅବିଷେକ ଉତ୍ସବ ସମ୍ପନ୍ନ ହୋଇଥିଲା ।
 ଉତ୍ସବରେ କଳକଳା ଗଡର ରାଜା ସାହେବ୍ ଉଜ୍ଜ୍ୱଳ ପ୍ରଦୀପ ନାରାୟଣ ବିଦ୍ୟାଧର ମହାପାତ୍ର ଓ ରାଣୀ ପ୍ରଭାବତୀ ବିଦ୍ୟାଧର ମହାପାତ୍ର, ବଉଧାଗଡର ସାମନ୍ତ ମହନପୁର ଅଞ୍ଜନ କୁମାର ଠିଆର ସେଣ୍ଢ ମହାପାତ୍ର, ମିର୍ଜାପୁରର ବସନ୍ତ କୁମାର ରାଉତରାୟ ମହାପାତ୍ର, ଅରେଇକଣାର ସାଆନ୍ତ ଶିଶିରକାନ୍ତ ଦକ୍ଷିଣ ମହାପାତ୍ର, ଯାଜପୁର ଗୁହାଳିର ସାମନ୍ତ ଚୌଧୁରୀ ଦେବପ୍ରସାଦ ଦକ୍ଷିଣରାୟ ମହାପାତ୍ର, ବାଲିଆର ସାଆନ୍ତ ନୃସିଂହ ଚରଣ ଦଳରାୟ ମହାପାତ୍ର, ବ୍ରହ୍ମବରଦାର ସାଆନ୍ତ ପ୍ରତାପ ଚନ୍ଦ୍ର ଉଦଣ୍ଡରାୟ ମହାପାତ୍ର, ବାଲିଆ ରାଜ ପୁରୋଧା କାର୍ତିକ ଚନ୍ଦ୍ର ପ୍ରହରାଜ, ଅଭିମନୁ୍ୟ ବାଲିଆର ଚୌଧୁରୀ ରାଜା ପାର୍ଥ ସାରଥୀ ସାମନ୍ତସିଂହାର ମହାପାତ୍ର, ମଧୁପୁରଗଡ ରାଜଜେମା ଅପର୍ଣ୍ଣା ଧୀରନାରାୟଣ ସିଂହ ଭରଦ୍ୱାଜ ଓ ସାଉଡିଆର ସାଆନ୍ତ ବିପିନ ବିହାରୀ ଦକ୍ଷିଣରାୟ ମହାପାତ୍ର ପ୍ରମୁଖ ବିଭିନ୍ନ ଚଉପାଡ଼ିର ସାଆନ୍ତ ଯୋଗ ଦେଇଥିଲେ । ଅତିଥିମାନଙ୍କୁ ପାଲିଙ୍କିରେ ବସାଯାଇ ଓ ରୋଷଣୀ କରି ଗ୍ରାମବାସୀ ବୃନ୍ଦ ଚଉପାଡ଼ିକୁ ବରଣି କରି ଆଣିଥିଲେ । ପରେ ପୂଜାରେ ଆସନ ଅଳଙ୍କୃତ କରିଥିବା ଆଲୋକଙ୍କୁ ଉପଢୌକନ ପ୍ରଦାନ କରି ପଦ ସିରିପା ପିନ୍ଧାଇଥିଲେ । ଜେନା ପରିବାର ସମୂହ ଏହି ଉତ୍ସବକୁ ପରିଚାଳନା କରିଥିଲେ ।                         
 
 Rasmita Behera
                                    Rasmita Behera                                 
    
 
    
 
 
 
