ଯାତ୍ରା କମିଟି ସୁରକ୍ଷା ମଞ୍ଚର ପ୍ରସ୍ତୁତି ବୈଠକ

 ସାଲେପୁର : ସାଲେପୁର ବ୍ଲକ୍ ବିଶେଶ୍ୱର ମହାଦେବଙ୍କ ପୀଠରେ କଟକ ଜିଲ୍ଲା ଓଡ଼ିଶା ଯାତ୍ରା କମିଟି ସୁରକ୍ଷା ମଞ୍ଚର ଏକ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯାତ୍ରା କମିଟି ସଂପାଦକ ମହେଶ୍ୱର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟଅତିଥି ଭାବେ ଓଡ଼ିଶା ଯାତ୍ରା କମିଟି ସୁରକ୍ଷା ମଞ୍ଚର ଉପସଭାପତି ବୈକୁଣ୍ଠ ନାଥ ପାଳକ, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ଜେନା, ସହ ସଂପାଦକ ପ୍ରମୋଦ କୁମାର ମିଶ୍ର, ନିର୍ବାହୀ କମିଟି ସଭ୍ୟ ସରୋଜ କୁମାର ସ୍ୱାଇଁ, ଉମାକାନ୍ତ କର ଯୋଗ ଦେଇ ସୁରକ୍ଷା ମଞ୍ଚର ବଡ଼ ପ୍ରୟାସ ଯାତ୍ରା କମିଟିମାନଙ୍କୁ ସୁରକ୍ଷା ଯୋଗାଇଦେବା, ଆଗାମୀ ଦିନରେ କମିଟିମାନେ ଯେଉଁ କ୍ଷତି ସହୁଛନ୍ତି ସୁରକ୍ଷା ମଞ୍ଚ ଏହି ପ୍ରୟାସ ଦ୍ୱାରା କମିଟି କିପରି ଉପକୃତ ହେବା ସହ ମାଲିକ ଓ କଳାକାରମାନେ କିପରି କ୍ଷତି ନ ସହିବେ, ସେ ଦିଗରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ଟାଙ୍ଗୀ, କଣ୍ଟାପଡ଼ା ସମେତ ୧୪ଗୋଟି ବ୍ଲକ୍ରୁ ୯୦ଟି ଯାତ୍ରାକମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।