ଦହିପଣା ବଣ୍ଟନ କାର୍ଯ୍ୟକ୍ରମ

 ନିଶ୍ଚିନ୍ତକୋଇଲି : ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗ୍ରାମର ଆରାଧ୍ୟ ଦେବତା ବାବା ସର୍ପେଶ୍ୱର ମହାଦେବଙ୍କ ନିକଟରେ ଅନୁଷ୍ଠିତ ରୁଦ୍ର ମହାଯଜ୍ଞରେ ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟ ପକ୍ଷରୁ ତିନି ଦିନ ବ୍ୟାପୀ ଦହିପଣା ବଣ୍ଟନ କରାଯାଉଛି । ୟୁନିଅନ୍ ଫର କଟକ ସଦର ଡେଭଲପମେଣ୍ଟର ଅଧ୍ୟକ୍ଷ ପ୍ରଫେସର ମନୋଜ କୁମାର ନାୟକଙ୍କ ତତ୍ୱାବଧାନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ବିଜୟ କୁମାର ନାୟକ, ଅଭିମନୁ୍ୟ ସାହୁ, ସର୍ବେଶ୍ୱର ସ୍ୱାଇଁ, ଅମିତାବ ମହାପାତ୍ର, ରତ୍ନାକର ବାରିକ, ପ୍ରତପା ବାବୁ, ନାରାୟଣ ସ୍ୱାଇଁ, ବାବୁନି ଦାସ, ସିଦ୍ଧାନ୍ତ ସ୍ୱାଇଁ, ରାମ ବାରିକ, ସମୀର ପ୍ରସାଦ ମହାନ୍ତି, ରାଜା ମହାନ୍ତିଙ୍କ ସମେତ ଅନୁଷ୍ଠାନର ବହୁ ସଦସ୍ୟ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ସଂଗଠନର ଏଭଳି ମହତ୍ କାର୍ଯ୍ୟକୁ ସ୍ଥାନୀୟ ଅଂଚଳବାସୀ ଭୂୟଶୀ ପ୍ରଶଂସା କରିଛନ୍ତି ।