ଓଡ଼ିଆ ମୁଦ୍ରଣ ସମ୍ବାଦ ପତ୍ର ଦିବସ ପାଳିତ
ଖୋର୍ଦ୍ଧା : ଓଡ଼ିଶାରେ ପଥମେ ୧୮୬୬ ମସିହା ଅଗଷ୍ଟ ୪ ତାରିଖରେ ଓଡ଼ିଆ ସମ୍ବାଦ ପତ୍ରିକା ଆରମ୍ଭ ହୋଇଥିଲା । ଏହି ଦିନକୁ ସମତେ ଓଡ଼ିଆ ସମ୍ବାଦ ଦିବସ ଭାବେ ପାଳନ କରୁଛନ୍ତି । ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘ଉକôଳ ଦୀପିକା’ ପ୍ରକାଶ ପାଇଥିଲା । ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଥିଲେ । ପ୍ରଥମେ ଏହା ସାପ୍ତାହିକ ଏବଂ ପରେ ୈନିକ ଭାବେ ପ୍ରକାଶିତ ହୋଇଥିଲା । ନଅଙ୍କ ଦୁର୍ଭିକ୍ଷର ପଞ୍ଝାରେ ପଡ଼ି ଗୋଟିଏ ପଟେ ଭୋକରେ ଆଉଟୁପାଉଟୁ ହେଉଥିବା କଙ୍କାଳ ଶରୀର ଏବଂ ସେପଟେ ଇଂରେଜ ଶାସନରେ ରହି ପରାଧୀନ ଓ ମୃତ ପ୍ରାୟ ଏ ଜାତିର ପିଣ୍ଡରେ ପ୍ରାଣ ଭରିଥିଲା ‘ଉକôଳ ଦୀପିକା’, ଇଂରେଜ ସରକାରଙ୍କ ବିରୁଦ୍ଧରେ ସ୍ୱର ହୋଇ ପ୍ରତିଟି ଓଡ଼ିଆଙ୍କ ମଧ୍ୟରେ ଦେଶମାତୃକାର ବହ୍ନି ଜାଳିଥିଲା ସେତେବେଳର ଖବର କାଗଜ । ସେହି ଦିନଟିକୁ ମନେ ପକେଇବାକୁ ପ୍ରତିବର୍ଷ ଅଗଷ୍ଟ ୪ ତାରିଖରେ ପାଳନ କରାଯାଏ ଓଡ଼ିଆ ସାମ୍ବାଦିକତା ଦିବସ । ତେବେ ପୂର୍ବରୁ ଓଡିଆ ସାମ୍ବାଦିକତାରେ ଏତେ ସୁଯୋଗ ନ ଥିଲା । ମାତ୍ର ଏବେ ଖବରକାଗଜଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍, ୱେବ୍ ମିଡିଆ ରାଜ୍ୟ ଓ ରାଜ୍ୟ ବାହାରେ ବିପୁଳ ପରିମାଣରେ ଛାଇ ଗଲାଣି । ସେହିପରି ଏ କ୍ଷେତ୍ରରେ ଚାକିରିର ମଧ୍ୟ ଭଲ ସୁଯୋଗ ରହିଛି । କେବଳ ତାହାର ସଦୁପଯୋଗ କରିବାର କୌଶଳ ଆବଶ୍ୟକ ରହିଛି । ଓଡ଼ିଆ ସାମ୍ବାଦିକତାକୁ ସ୍ୱତନ୍ତ୍ର ପରିଚୟ ମିଳିବାର ଆବଶ୍ୟକତା ରହିଛି । ରାଜ୍ୟ ସରକାର ଏହି କ୍ଷେତ୍ର ପ୍ରତି ଗୁରୁତ୍ୱ ଦେଇ ନୂଆ ଯୋଜନା କରିବା ଆବଶ୍ୟକ ରହିଛି । ତେବେ ସାମ୍ବାଦିକ କ୍ଷେତ୍ରରେ ଯଦିଓ କିଛି ନୂତନ ଯୁବକ ଏହି ସାମ୍ବାଦିକ ବୃତିକୁ ଆପଣାଇ ଆସୁଛନ୍ତି ତେବେ ଏଥିପ୍ରତି ଜ୍ଞାନ ହାର ହୋଇଥିବା ବେଳେ, ଅନେକ କେବଳ ସାମ୍ବାଦିକତାକୁ ଢାଲ କରି ସାମ୍ବାଦିକତାର ଫାଇଦା ଉଠାଇଉଛନ୍ତି । ତେବେ ସାମ୍ବାଦିକତା କରୁଥିବା ବ୍ୟକ୍ତି ବିଶେଷ ମାନେ ନିଜର ସ୍ୱଛତାକୁ ପରିବେଷଣ କରିବା ସହିତ ନିରପେକ୍ଷ ଭାବରେ ଖବର ପ୍ରକାଶ କରିବା ଆବଶ୍ୟକତା ରହିଛି ।